jayashree

ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ୨୦୨୪ -୨୫ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହାକୁମା ସ୍ଥିତ ସ୍ଥାନୀୟ ଐତ୍ୟିହ ସମ୍ପର୍ନ୍ନ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରରେ ରାଜ୍ୟସ୍ତରୀୟ ସ୍କୁଲ ସମୂହ ଫେନ୍ସିଂ, ଉଷୁ, ଥାଙ୍ଗ ଟା ଓ ଟେବୁଲ୍ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାର ଆଇନ୍ ସେବା ପ୍ରାଧିକରଣ ସଂପାଦକ ପବିତ୍ରାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଜୀବନର ଅଭିଜ୍ଞତା କହିବା ସାଙ୍ଗେ ସାଙ୍ଗେ ପିଲାମାନଙ୍କର ଖେଳୁଆଡ ମନୋବୃତିକୁ ଆଗକୁ ବଢ଼ଇବା ପାଇଁ ପ୍ରେରଣା ଦେଇଥିଲେ । ସଭାର ସଭାପତି ଧ୍ରୁବଚରଣ ବେହେରା କହିଥିଲେ ଯେ, ଆବେଗ ଓ ଶ୍ରଦ୍ଧା ଦ୍ଵାରା କ୍ରୀଡାକୁ ଆଗକୁ ନିଆଯାଇ ପାରିବ । ରାଜ୍ୟ କ୍ରୀଡ଼ା ଉପନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ବିବରଣୀ ପ୍ରଦାନ କରିଥିଲେ । ଜାତୀୟ କ୍ରୀଡା ପ୍ରତିଯୋଗୀତାର ଆଗାମୀ ଦିନର ସୂଚୀର ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟାନନ୍ଦ ସେଠୀ ସମ୍ୱାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଆଜି କ୍ରୀଡ଼ାକୁ ବୃତ୍ତି ଭାବରେ ଗ୍ରହଣ କରାଯାଇ ପାରେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ଏବଂ ସମ୍ବଲପୁର ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ପଟ୍ଟନାୟକ ସମ୍ୱାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିରର ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀ ସ୍ଵାଗତ ସମ୍ଭାଷଣ ଦେଇଥିଲେ । ବଲାଙ୍ଗିର ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ପାତ୍ର ଆଜିର ସଭାରେ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ହେମନ୍ତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଏଇ ରାଜ୍ୟସ୍ତରୀୟ ପ୍ରତିଯୋଗୀତାର ଫେନ୍ସିଂ ପ୍ରତିଯୋଗିତାରେ ବଲାଙ୍ଗିର ଦଳ ଚାମ୍ପିଅନ୍‌, ଊଷୁ ପ୍ରତିଯୋଗିତାରେ କେନ୍ଦୁଝର, ଥାଙ୍ଗ ଟାରେ ବଲାଙ୍ଗିର ଏବଂ ଟେବଲ୍ ଟେନିସ୍‌ରେ ୧୪ ବର୍ଷରୁ କମ ବାଳକ୍‌ରେ କଟକ, ୧୭ରୁ କମ୍‌ ବାଳକରେ କୋରାପୁଟ ଏବଂ ୧୭ରୁ କମ୍‌ ବାଳିକା ବର୍ଗରେ ଭୁବନେଶ୍ଵର ଦଳ ଚାମ୍ପିଅନ୍‌ ହୋଇଥିଲେ । ଏଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୋଟ୍‌ ୧୭ଟି ଜିଲ୍ଲାର ୧୫୧ ବାଳକ ପ୍ରତିଯୋଗୀ ୧୩୨ ବାଳିକା ପ୍ରତିଯୋଗୀ ୪୯ ଜଣ ଟିମ୍ ମ୍ୟାନେଜର ଓ କୋଚ୍‌ ଏବଂ ୩୦ ଜଣ ସହ ପରିଚାଲକ ଏମିତି ମୋଟରେ ୩୬୨ ଜଣ ଯୋଗ ଦେଇଛନ୍ତି । ଆଜିର ଉଦ୍‌ଘାଟନି ଉତ୍ସବକୁ ରାଜ୍ୟ ତଥା ଜିଲ୍ଲାର ସମସ୍ତ ଅଫିସିଆଲ୍ ସହଯୋଗ କରିଥିଲେ ।

Leave A Reply

Your email address will not be published.