csstore

ବ୍ରିଟିଶ କମ୍ପାନୀର ଖୁଲାସା ପରେ ପାକିସ୍ତାନରେ ହାହାକାର : ନୱାଜଙ୍କୁ ଟାର୍ଗେଟ କଲେ ଇମ୍ରାନ ଖାନ

ଇସଲାମାବାଦ : ବ୍ରିଟିଶ କମ୍ପାନୀର ନୱାଜ ସରିଫଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିକୁ ଖୁଲାସା ନେଇ ପାକିସ୍ତାନରେ ଉତ୍ତେଜନା ଦେଖାଦେଇଛି । ଏହି ସମୟର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ପ୍ରସଙ୍ଗରେ ବିରୋଧୀ ଦଳକୁ କଡ଼ା ଟାର୍ଗେଟ କରିଛନ୍ତି । କେବଳ ଏତିକି ନୁହେଁ, କ୍ରମାଗତ ଟ୍ୱିଟ୍‌ରେ ଇମ୍ରାନ ପାକିସ୍ତାନୀ ଲୋକଙ୍କୁ ଏହି ପ୍ରସଙ୍ଗରେ ପଚାରିଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳ ଇମ୍ରାନ ଖାନଙ୍କ ବିରୋଧରେ ଜୋରଦାର ରାଲି କରୁଛନ୍ତି ।

କିଛି ଦିନ ପୂର୍ବରୁ ବ୍ରଡସିଟ୍ ଏଲଏଲ୍‌ସିର ମାଲିକ କାଭେ ମୋସାଭି କହିଥିଲେ ଯେ, ତାଙ୍କ କମ୍ପାନୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ଅନ୍ୟମାନଙ୍କ ଦ୍‌ଦ୍ୱାରା ଚାପଗ୍ରସ୍ତ ହୋଇଛି ଏବଂ ଅନ୍ୟ କିଛି ପାକିସ୍ତାନୀଙ୍କ ଟଙ୍କା ହେରଫେର ସମ୍ପର୍କରେ ତାଙ୍କର ପ୍ରମାଣ ରହିଛି । ମୋସାଭି ଦାବୀ କରିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ତାଙ୍କ ବିଦେଶୀ ସମ୍ପତ୍ତି ବିରୋଧରେ ତଦନ୍ତ ବନ୍ଦ କରିବାକୁ ଲାଞ୍ଚ ପ୍ରଦାନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ୨୦୧୨ରେ ଜଣେ ବ୍ୟକ୍ତି ନିଜକୁ ସରିଫଙ୍କ ଭଣଜା ବୋଲି ଦାବୀ କରି ଏ ବାବଦରେ ଏକ ଚୁକ୍ତି କରିଥିଲେ ।

ଇମ୍ରାନ ଖାନ ଟ୍ୱିଟ୍‌ କରି କହିଛନ୍ତି ଯେ, ପୂର୍ବରୁ ପାନାମା ପେପର ଏହି ନେତାଙ୍କ ଦୁର୍ନୀତି ଏବଂ ଅର୍ଥ ହେରଫେର ବିଷୟରେ ପ୍ରକାଶ କରିଛି। ବର୍ତ୍ତମାନ ବ୍ରଡସିଟ୍ ପୁଣିଥରେ ନେତାଙ୍କ ଦୁର୍ନୀତି ଏବଂ ଅର୍ଥ ହେରଫେର ବିଷୟରେ ପ୍ରକାଶ କରିଛି । ଏହି ପ୍ରକାଶନଗୁଡ଼ିକ ଏକ ବଡ଼ ଧରଣର ଦୁର୍ନୀତିର ଏକ ଛୋଟ ଅଂଶ । ପାକିସ୍ତାନ ନେତାଙ୍କ ମନି ଲଣ୍ଡରିଂ ଏବଂ ତଦନ୍ତ ବନ୍ଦ କରୁଥିବା ବ୍ୟକ୍ତିଙ୍କ ବିଷୟରେ ବ୍ରଡସିଟରୁ ଆମେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଚାହୁଁ ।

jayashree
Leave A Reply

Your email address will not be published.