oom

ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ନୃସିଂହାୟ ଯଜ୍ଞ ମହାସମାରୋହରେ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଲକ୍ଷ୍ମୀ ନୃସିଂହାୟ ଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ରଜକିଶୋର ପଣ୍ଡା ସପତ୍ନିକ କର୍ତ୍ତା ଭାବରେ ଦାୟିତ୍ୱ ତୁଳାଇଥିଲେ । ପଣ୍ଡିତ ଗିରିଧାରୀ ଶତପଥିଙ୍କ ପୌରହିତ୍ୟରେ ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ, ପଣ୍ଡିତ ସନ୍ତୋଷ ଶତପଥି ଏବଂ ପଣ୍ଡିତ ଚନ୍ଦ୍ରଧ୍ୱଜ ମିଶ୍ର ସମସ୍ତେ ମିଶି ଲକ୍ଷ୍ମୀ ନୃସିଂହ ଭଗବାନଙ୍କ ଉପଲକ୍ଷେ ୧୦୦୮ ଆହୁତି ନୃସିଂହ ମନ୍ତ୍ରରେ ପ୍ରଦାନ ଏବଂ ହୋମଯଜ୍ଞ ତୁଳାଇଥିଲେ । ସଭାପତି ଧନଞ୍ଜୟ ମିଶ୍ର ନୃସିଂହ ମନ୍ତ୍ର ଶ୍ଲୋକପାଠ କରିଥିଲେ । ଶକ୍ତି ବାହିନୀର ମାଁ ମାନେ ତୁଳସୀ ମଞ୍ଜରୀ ଅର୍ପଣ କରିଥିଲେ । ସଂପାଦକ ଆଇନଜୀବୀ ଜୟରାମ ମିଶ୍ର, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସଂପାଦକ କିଶୋର କୁମାର ପୁରୋହିତ, ପୁରୁଷୋତ୍ତମ ପଣ୍ଡା, ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସଂପାଦକ ସଂକୀର୍ତ୍ତନ ତ୍ରିପାଠୀ, ବରିଷ୍ଠ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ୍‌, ସରୋଜ କୁମାର ପାଣିଗ୍ରାହୀ, ଗୋପାଳଜୀ ପାଣିଗ୍ରାହୀ, ଶିବପ୍ରସାଦ ଖୁଆସ, ଲୋକନାଥ ନେପାକ, ସାମ୍ବାଦିକ ଗୋପବନ୍ଧୁ ଶତପଥି, ବିଘ୍ନରାଜ ମିଶ୍ର, କିଶୋରମୋହନ ମିଶ୍ର, ରାକେଶ ପଣ୍ଡା, କୃପାସିନ୍ଧୁ ମିଶ୍ର, ଦାମୋଦର ଓତା, ଶିବଶଙ୍କର ରଥ, ସନ୍ତୋଷ ତ୍ରିପାଠୀ, ଜଗନ୍ନାଥ ଷଡଙ୍ଗୀ, ସିଦ୍ଧେଶ୍ୱର ପାଣିଗ୍ରାହୀଙ୍କ ସମେତ ବହୁତ ସଭ୍ୟ ଯୋଗଦାନ କରିଥିଲେ । ଶକ୍ତି ବାହିନୀର କସ୍ତୁରୀ ରଥ, ରତ୍ନ ମଞ୍ଜରୀ ପଣ୍ଡା, ମାଳତି ଉଦ୍‌ଗାତା, ।ସøଦାମିନୀ ମିଶ୍ର, ସୁମନ ତ୍ରିପାଠୀ, ଆରତି ମିଶ୍ର, କଲ୍ୟାଣି ନାୟକ, ଲକ୍ଷ୍ମୀପ୍ରୀୟା ମିଶ୍ର, ଜୟଶ୍ରୀ ଆଚାର୍ଯ୍ୟ, ପୁଷ୍ପାଞ୍ଜଳି ଶତପଥି ପ୍ରଭୁତି ତୁଳସୀ ଅର୍ପଣ କରିଥିଲେ । ସଂପାଦକ ଜୟରାମ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.