ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବ୍ରାହ୍ମଣୀଜୋର କ୍ଲଷ୍ଟରର ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫପସିରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ହରେକୃଷ୍ଣ ମାଝୀଙ୍କ ତତ୍ୱାବଧାନରେ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସିଆର୍ସିସି ମଣ୍ଟୁ ସାମଲ ପ୍ରଶିକ୍ଷକ ଭାବରେ ଉପସ୍ଥିତ ରହି ଏଫ୍ଏଲ୍ଏନ୍ ଗୁଣାତ୍ମକ ଶିକ୍ଷା ଓ ନିପୁଣ ଓଡ଼ିଶାର ଲକ୍ଷ ବିଷୟରେ ସମସ୍ତଙ୍କୁ ତାଲିମ ଦେବା ସହିତ କ୍ଲଷ୍ଟରର ୩ଟି ସ୍କୁଲରେ ଯୋଗ ଦେଇଥିବା ବ୍ରାହ୍ମଣୀଜୋର ୟୁଜିଏଚ୍ଏସ୍ର ନୂତନ ଶିକ୍ଷକ ଜୟ ଗୋପାଳ ବଢାଇ, ତାଳପାଲି ଏନ୍ୟୁପିଏସ୍ ପୃଥ୍ୱୀରାଜ ପ୍ରଧାନୀ ଓ ଫସସି ଏନ୍ୟୁପିଏସ୍ର ସୌମ୍ୟରଞ୍ଜନ ରଣାଙ୍କୁ ପୁଷ୍ପଗୁଚ୍ଛ ଦେଇ କ୍ଲଷ୍ଟର ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଠାରେ ୮ଟି ବିଦ୍ୟାଳୟରୁ ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ରାଧାକାନ୍ତ ପ୍ରଧାନି, ରତ୍ନମାଳା ଭୋଇ, ଦିପାଞ୍ଜଳି ମାଝୀ, ସୁନୀତା ପଧାନ, ମାଗୁଣି ଛତ୍ରିଆ, ମଧୁସ୍ମିତା କାଲୋ, ମାନସ ଭୋଇ, ଚୂଡ଼ାମଣି ପୋଢ଼, ଜ୍ୟୋତିରଂଜନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବ୍ରାହ୍ମଣୀଜୋର ସହକାରୀ ଶିକ୍ଷକ ପ୍ରଦୀପ ଛତ୍ରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।