ବଲାଙ୍ଗିର ଡବଲ ମର୍ଡର ଘଟଣାରେ ମିଳିଲା ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତଣ୍ଡାମୁଣ୍ଡା ଘାଟିରେ ଡବଲ ମର୍ଡର ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଏସ୍‌ଡିପିଓ ପ୍ରଦୀପ ସାହୁ । ପୁଲିସର ତଦନ୍ତ ଜାରି ରହିଥିବା ବେଳେ ପୁଲିସ ହାତରେ କିଛି ସୁରାକ ଲାଗିଥିବା ଜଣାପଡିଛି । ସେମାନଙ୍କ ପରିଚୟ ମିଳିଥିବା ଏସ୍‌ଡିପିଓ କହିଛନ୍ତି । ସେ ଆହୁରି କହିଥିଲେ ଯେ, ବିଭିନ୍ନ ତଥ୍ୟ ପ୍ରମାଣକୁ ଆଧାର କରି ମିଳିଥିବା ସୂଚନା ଅନୁସାରେ ସେମାନେ ୨ ଜଣ ଝାରଖଣ୍ଡର ବୋଲି ଜଣାପଡିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଗାଡ଼ିକୁ ଜବତ କରାଯାଇଛି । ନିଶା କାରବାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ୫ଟି ଟିମ୍ ଗଠନ କରାଯାଇଛି । ସେମାନେ ବିଭିନ୍ନ ସ୍ଥାନରେ ଅଛନ୍ତି । କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା କରାଯାଉଥିବା ବେଳେ ମୃତଦେହର ବ୍ୟବଚ୍ଛେଦ ପରେ ସେମାନଙ୍କୁ ଫ୍ରିଜର୍‌ରେ ରଖିଥିବା କହିଥିଲେ । ପ୍ରକାଶ ଯେ, ଗତ ୨୪ ତାରିଖ ଦିନ ସେମାନଙ୍କ ତଣ୍ଡାମୁଣ୍ଡା ଘାଟିରୁ ମୃତଦେହ ମିଳିଥିଲା । ଡବଲ ମର୍ଡରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଖୁବ୍ ଶୀଘ୍ର ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି ।

Leave A Reply

Your email address will not be published.