csstore

ଜିଲ୍ଲା ଆଦିବାସୀ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ସହର ସ୍ଥିତ ହୋଟେଲ ତେଜସ୍ଵୀ କନ୍‌ଫରେନ୍ସ ହଲ୍‌ରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ ବ୍ଲକ ଓ ମ୍ୟୁନିସିପାଲଟି ବାସିନ୍ଦା ଆଦିବାସୀ ଯୁବକ, ବୁଦ୍ଧିଜୀବୀ ଏବଂ ଛାତ୍ରମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ରାୟଗଡ଼ ବିଧାୟକ ଆପଲସ୍ଵାମୀ କାଡ୍ରାକାଙ୍କ ସମେତ ଲ୍ୟାମ୍ପ ପ୍ରେସିଡେଣ୍ଟ ଚକ୍ରଧର ବିଡ଼ିକା, ଅବସରପ୍ରାପ୍ତ ବ୍ୟାଙ୍କ୍ କର୍ମଚାରୀ ଦୁର୍ଗା ଚରଣ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପୃକା, ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ଜିଲ୍ଲାକାରା, ମିନାରାଓ, ହିମିରିକା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବସନ୍ତ ଉଲ୍ଲାକା, ରୱାଲା ମାଝି, ଦୋରା କଣ୍ଡାଗରୀ, ସତ୍ୟବାନ ମାଣ୍ଡାଙ୍ଗି, ମୀରାବାଲି ସରପଞ୍ଚ ଆଶୋକ ପୁଆଲା ସହଯୋଗ କରିଥିବା ବେଳେ ସମାଜସେବୀ, ଏବିଏସ୍‌କେପି ଡ଼ିଗ୍ରୀ କଲେଜ୍ ଉପାଧ୍ୟକ୍ଷ ତଥା ଉଦ୍ୟମୀ ବିଜୟ କୁମାର ମେଲାକା ଶପଥ ପାଠ କରାଇଥିଲେ । ଶେଷରେ ମୀରାବାଲି ସରପଞ୍ଚ ଆଶୋକ ପୁଆଲା ସଭାସାଙ୍ଗ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.