ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସେକ୍ଟର-୨୦ର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ସେକ୍ଟର-୨୦ ଅଞ୍ଚଳରେ ଥିବା ନେହେରୁପାଲ୍ଲୀ ଏବଂ ମିଶ୍ର ଖଟାଲ ବସ୍ତିକୁ ଆଡ଼ି ବିଭିନ୍ନ ବସ୍ତି ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ମିଶ୍ର ଖଟାଲ ବସ୍ତିରେ ଆୟୋଜନ ହୋଉଥିବା ଯଜ୍ଞରେ ମଧ୍ୟ ବିଧାୟକ ଶ୍ରୀ ତନ୍ତୀ ଭାଗ ନେଇଥିଲେ । ଯଜ୍ଞ ପରିଚାଳନା କମିଟି ସଦସ୍ୟ ମାନଙ୍କ ଦ୍ୱାରା ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ସ୍ୱାଗତ ଜଣାଇବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ନେହେରୁପାଲ୍ଲୀରେ ମଧ୍ୟ ସେଠାକାର ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ସହ ମିଶି ଅଞ୍ଚଳର ସମସ୍ୟା ସମ୍‌ମ୍ବନ୍ଧରେ ଚର୍ଚ୍ଚା ଆଲୋଚନା ମଧ୍ୟ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.