oom

ତୁରେକେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

jsmm

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବକ୍ତୃତା, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ ଓ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଫକୀର ଚରଣ ବିଶି, ବିଆର୍‌ସିସିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜଳନ୍ଧର ମହାକୁଡ ସରପଞ୍ଚ, ମୁଖ୍ୟ ଅତିଥି ବିରଞ୍ଚି ନାରାୟଣ ଦାଶ, ମୁଖ୍ୟବକ୍ତା ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟ ଶଙ୍କର ନାଗ, ଅଞ୍ଜଳି ମାଝୀ, ଦିବାନୀ ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମାନ୍ଦଲା କ୍ଲଷ୍ଟର ସଂଯୋଜକ ଧନସିଂ ମାଝୀ ସଭା ପରିଚାଳନା ଓ କାଦୋବେଡା କ୍ଲଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆର୍‌ସିସି ମୋହନ ମାଝୀ, କୃତ୍ତିବାସ ବରିହା, ଗୁରୁ ପ୍ରସାଦ ଛତ୍ରିଆ, ଶିକ୍ଷୟିତ୍ରୀ ମମତା ପଣ୍ଡା, ମଞ୍ଜୁଲତା ଧରୁଆ, ରଜନୀ ମେହେର, ସୁଦୀପ୍ତା ଜେନା, ସ୍ୱ।ଗତିକା ମିଶ୍ର, କଲ୍ୟାଣୀ ମହାନନ୍ଦ, ରଶ୍ମିତା ଦାସ, ଶୁଭସ୍ମିତା ବେହେରା, ମଧୁମିତା ବେହେରା, ଦେବ ବଗର୍ତ୍ତୀ, ଅମରକାନ୍ତ ବେହେରା, ସଞ୍ଜୟ ଖୁରା, ସୁନୀଲ ସାହୁ, ଜ୍ୟୋତି ବିକାଶ ବାରିକ, ଟିକେଶ୍ୱର ବେହେରା, ରମେଶ ସୁନା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.