ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ “ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ରଗବୀ ଫୁଟବଲ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଶିବିରରେ ଦଶପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ଓ ହରିବୋଲ ଦଣ୍ଡସେନା ସମ୍ମାନିତ ଅତିଥି, ବ୍ଲକ କ୍ରୀଡା ସମ୍ପାଦକ ସୁଶାନ୍ତ କୁମାର ନାଗ ତଥା ବିଦ୍ୟାଳୟର ଖେଳ ଶିକ୍ଷକ ପ୍ରବୀଣ କୁମାର ପଣ୍ଡା ପ୍ରଭୃତି ମଞ୍ଚାସୀନ ଥିଲେ । ଏହି ଶିବିରରେ ପୁଇଁତଲା ବ୍ଲକ ଅନ୍ତର୍ଗତ ୬ଟି ଉଚ୍ଚ ବିଦ୍ୟାଳୟରୁ ୩୬ଜଣ ଛାତ୍ର ଅଂଶ ଗ୍ରହଣ କରିଥିବା ବେଳେ ମନୋନୀତ ଛାତ୍ରମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ତୁଷୁରା ଉଚ୍ଚ ବିଦ୍ୟାଳୟଠାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଚିତ୍ତରଞ୍ଜନ ସାହୁ, ଶୁଖିରାଜ ବିଶ୍ୱାଳ, ଲାଲବାହାଦୁର ବାରିକ, ପ୍ରଶାନ୍ତ ମିଶ୍ର, ସୁଦିପ ଦୀପ, ଟୁନା ପାତ୍ର ସହଯୋଗ କରିଥିବା ବେଳେ ଖେଳ ଶିକ୍ଷକ ପ୍ରଦ୍ୟୁମ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ବ୍ଲକର ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.