ବିଭିନ୍ନ ଦାବି ନେଇ ଗର୍ଜିଲେ ଚାଷୀ

ତରଭା, (କେପିଏନ୍‌ଏସ୍‌) : ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଚାଷୀମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତରଭା ତହସିଲଦାରଙ୍କ ମାଧ୍ୟମରେ ୯ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜଳସେଚନ ସୁବିଧା ନଥିବା ଜମିକୁ ଚିହ୍ନଟ କରି ମରୁଡି ଘୋଷଣା କରିବା, ତଥା ଇନ୍‌ସୁରାନ୍ସ ବ୍ୟବସ୍ଥା କରିବା, ଧାନର ବିକ୍ରୟ ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବୋନସ୍ ଏକକାଳୀନ ପ୍ରଦାନ କରିବା, କୃଷି ଶ୍ରମିକ ବୋର୍ଡ ଗଠନ କରିବା, ପ୍ରତ୍ୟେକ ଜମିକୁ ଗୋଟିଏ ଫସଲ ପାଇଁ ଜଳସେଚନର ସୁବିଧା, ପଣ୍ଡକିମାଲ ଓ ଗୋହିରାଘାଟରେ ଥିବା ମେଗା ଜଳସେଚନ ୨.୫/୫ ହେକ୍ଟର ଜମିକୁ ଚକ କରି ଆଉଟଲେଟ ଦେବା ତଥା ପାଣି ଥିବା ସ୍ଥାନରେ ଇନଟେକ୍ ୱେଲ କରିବା, ବ୍ଲକସ୍ତରରେ ଏକ ଶୀତଳ ଭଣ୍ଡାର କରିବା, ନିବୃତିଯୋର କେନାଲରେ ଲୋୟର ସୁକତେଲ କେନାଲକୁ ସଂଯୋଗ କରିବା, ଚାଷୀଙ୍କ ଜମିରେ ଥିବା ଗଭୀର ନଳକୂପକୁ ମାଗଣା ବିଜୁଳି ସଂଯୋଗ କରିବା, ତଥା ଅଚଳ ଉଠାଜଳସେଚନ ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ଆଦି ଉଲ୍ଲେଖ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ବୈକୁଣ୍ଠ ଶତପଥି, ଧରଣୀଧର ପାଢୀ, ନରେନ୍ଦ୍ର ଆଚାର୍ଯ୍ୟ, ପଦ୍ମଲୋଚନ ମିଶ୍ର, ତ୍ରିପୁରାରୀ ପଣ୍ଡା, ମାଗୁଣି ସାହୁଙ୍କ ସମେତ ବ୍ଲକ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.