ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ

ଜୟପାଟଣା, (କେପିଏନ୍‌ଏସ୍‌) : ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୨୨ ଗୋଟି ପଂଚାୟତରେ ଥିବା ୧୨ ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଗ୍ରାମୀଣ ସ୍ତରରେ ଥିବା ନିରକ୍ଷର ବ୍ୟକ୍ତି ବିଶେଷ ମାନଙ୍କୁ ସାକ୍ଷର କରିବା ପାଇଁ ଦୀର୍ଘ ବର୍ଷ ଧରି ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ଜୟପାଟଣା ଗୋଷ୍ଠୀ ଅଞ୍ଚଳରେ ୧୫୫୦ ଜଣ ମହିଳା ଓ ପୁରୁଷଙ୍କୁ ପଞ୍ଜିକରଣ କରାଯାଇଥିଲା । ତନ୍ମଧ୍ୟରୁ ଆଦିବାସୀ, ହରିଜନ, ପଛୁଆ ବର୍ଗ, ସାଧାରଣ, ସଂଖ୍ୟା ଲଘୁ ଓ ଦିବ୍ୟାଙ୍ଗ ବର୍ଗରୁ ୧୪୩୭ ଜଣ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମର ବ୍ଲକ ନୋଡାଲ ଅଧିକାରୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକଳନଟି ଶୃଙ୍ଖଳିତ ଓ ସୁଚାରୁରୂପେ ସଂଗଠିତ ହୋଇଥିବାବେଳେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ବିଭିନ୍ନ ପରିକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରିଥିଲେ ଏବଂ ସମସ୍ତ ସିଆର୍‌ସିସି, ପ୍ରଧାନ ଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.