ଜାତୀୟ ଏକାତା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ଜାତୀୟ ଏକତା ଦିବସ’ ପ୍ରତିବର୍ଷ ୨୦ ଅକ୍ଟୋବରରେ ପାଳନ କରାଯାଏ । ୨୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଯୁଦ୍ଧ ହେଲା । ଏହାକୁ ଇଣ୍ଡୋ-ଚିନ୍ ଯୁଦ୍ଧ କୁହାଯାଏ । ଏହି ଯୁଦ୍ଧ କାଶ୍ମୀର ସୀମା ପ୍ରସଙ୍ଗରେ ହୋଇଥିଲା ଯାହା ୨୦ ଅକ୍ଟୋବର ୧୯୬୨ରେ ଆରମ୍ଭ ହୋଇଥିଲା । ଯୁଦ୍ଧ ଏକ ମାସ ପାଇଁ ଲାଗି ରହିଥିଲା ଏବଂ ଶେଷରେ ଏହା ୨୧ ନଭେମ୍ବର ୧୯୬୨ରେ ଶେଷ ହୋଇଥିଲା । ସେହି ଯୁଦ୍ଧରେ ଭାରତର କିଛି ଅଞ୍ଚଳ ଚିନ୍ ଅଧିକାର କଲା ଏବଂ ଅନେକ ଭାରତୀୟ ସୈନିକ ବନ୍ଦୀ ହୋଇଥିଲେ । ଚୀନ୍ କାଶ୍ମୀରର ଯେଉଁ କିଛି ଅଂଶ ଦଖଲ କଲା ତାକୁ କୁହାଗଲା ସିଓକେ – ଚିନ୍ ଦଖଲ କାଶ୍ମୀର ଅଞ୍ଚଳ । ଏହି ଯୁଦ୍ଧରେ ଅଂଶଗ୍ରହଣ କରିଥିବା ସୈନିକ ମାନଙ୍କୁ ସମ୍ମାନ ଦେବା ଏବଂ ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସୈନିକଙ୍କ ପରିବାରକୁ ସମ୍ମାନ ଦେବା ପାଇଁ ୨୦ ଅକ୍ଟୋବରକୁ “ଜାତୀୟ ସୌହାର୍ଦ୍ଦ୍ୟ ଦିବସ” ଭାବରେ ଉତ୍ସର୍ଗ କରିବାକୁ ଭାରତ ସରକାର ୧୯୬୬ ମସିହାରେ ନିଷ୍ପତ୍ତି ନେଲା । ଏହା ପରେ ସଶସ୍ତ୍ର ବାହିନୀକୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଜାତୀୟ ଏକତା ଦିବସ ପାଳନ କରାଯାଏ । ଏହି ଦିବସରେ ଯୁଦ୍ଧରେ ସାହସିକତା ପ୍ରଦର୍ଶନ ପାଇଁ ସେନା ମାନଙ୍କୁ ସ୍ମରଣ କରାଯାଏ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରାହୁଏ । ସାମରିକ ସେନା, ନୌସେନା ଏବଂ ବାୟୁ ସେନା, ପ୍ରତିରକ୍ଷା ସଶସ୍ତ୍ର ବାହିନୀକୁ ଏହି ଦିବସ ପାଳନ ଅବସରରେ ସମ୍ମାନିତ କରାଯାଏ । ଦେଶ ପାଇଁ ଉତ୍ସର୍ଗିକୃତ ସେବା ପ୍ରଦାନ ହେତୁ ସେନା ମାନଙ୍କୁ ଏହି ଜାତୀୟ ଏକତା ଦିବସରେ କୃତଜ୍ଞତା ଏବଂ ସମ୍ମାନ ଜଣାଇବା ଆମର ନୈତିକ କର୍ତ୍ତବ୍ୟ ରହିଛି । ୨୦୨୪ ପାଇଁ ବିଷୟବସ୍ତୁ ହେଉଛି ‘ସମ୍ପ୍ରଦାୟ ମଧ୍ୟରେ ଏକତା ଏବଂ ସ୍ଥିରତାକୁ ପ୍ରୋତ୍ସାହିତ କରିବା’ । ଏହି ଦିନଟି ହେଉଛି ସମାଜ କଲ୍ୟାଣ ଏବଂ ଶାନ୍ତି ପାଇଁ ସାମୂହିକ ପ୍ରୟାସକୁ ଉତ୍ସାହିତ କରିବା, ସମାଜ ମଧ୍ୟରେ ବନ୍ଧନକୁ ମଜବୁତ କରିବା, ଏକତା ଏବଂ ସହଯୋଗ ବୃଦ୍ଧି କରୁଥିବା ପଦକ୍ଷେପଗୁଡିକୁ ସମର୍ଥନ କରିବା, ଏକତା କ୍ଷେତ୍ରରେ ଭାରତର ଶକ୍ତି ବିଷୟରେ ଲୋକଙ୍କୁ ସୂଚିତ କରିବା, କଠିନ ସମୟରେ ଏକାଠି ଠିଆ ହେବା, ସମନ୍ୱୟ ଏବଂ ଏକତା ବଜାୟ ରଖିବା ।

Leave A Reply

Your email address will not be published.