ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ସୁନ୍ଦରାକାଣ୍ଡ ପାରାୟଣ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୧ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଶନିବାର ଦିନ ଏକ ଦିବସୀୟ ସୁନ୍ଦରା କାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ପାରାୟଣରେ ବ୍ୟାସ ଭାବରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଟେଙ୍ଗରା ଗାଁର ନମିତା ସାହୁ ଯୋଗଦେଇ ପାରାୟଣ ପଠନ କରିଥିଲେ । ଏହି ଗଜଲକ୍ଷ୍ମୀ ପୂଜା ଏବଂ ପାରାୟଣ ଅବସରରେ ପୂର୍ବ ଆଇନ ମନ୍ତ୍ରୀ ନରସିଂହ ମିଶ୍ର, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲୋଡିଥିଲେ । ଏହି କାର୍ଯ୍ୟକ୍ରମ ପରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଆଳତି ପରେ ରାତିରେ ଭଜନ ସମାରୋହ ଆୟୋଜିତ ହୋଇଥିଲା । ଏହାକୁ ଦେଖିବା ପାଇ ଶତାଧିକ ଲୋକଙ୍କ ଭିଡ ଲାଗି ରହିଥିଲା ।

Leave A Reply

Your email address will not be published.