ଟିଟିଲାଗଡ଼ ଅଗ୍ରୱାଲ ସଭା ତରଫରୁ ଦୀପାବଳି ପୂଜନ ପାଇଁ ତିଥି ନିର୍ଣ୍ଣୟ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେଉଁ ଦିନ ଦୀପାବଳି ପାଳନ କରାଯିବ ସେନେଇ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅଗ୍ରୱାଲ ସଭାର ସଭାପତି ପ୍ରେମଚାନ୍ଦ ଜୈନ, ସମ୍ପାଦକ ଦୀପକ ଗୋଏଲଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ସଦସ୍ୟଙ୍କୁ ଡାକି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେଉଁଦିନ ଦୀପାବଳି ପାଳନ କରାଯିବ ସେ ନେଇ ଉପସ୍ଥିତ ପଣ୍ଡିତଙ୍କ ପରାମର୍ଶ ନିଆଯାଇଥିଲା । ପାଞ୍ଜି ଅନୁଯାୟୀ ମାଁ ଲକ୍ଷ୍ମୀଙ୍କ ପୂଜା ଓ ଦୀପାବଳୀ ୩୧ ତାରିଖ ଅମାବାସ୍ୟା ଦିନ ୩.୫୩ ଠାରୁ ବ୍ରହ୍ମମୁହୂର୍ତ୍ତ ବାହାରି ଥିବା ବେଳେ ନଭେମ୍ବର ୧ ତାରିଖ ସନ୍ଧ୍ୟା ୬.୧୭ ଯାଏଁ ଅମାବାସ୍ୟା ତିଥି ରହୁଛି । ୧ ତାରିଖ ସକାଳୁ ପୟା ଶ୍ରାଦ୍ଧ ଓ ସନ୍ଧ୍ୟାରେ ପିତୃପୁରୁଷଙ୍କୁ କାଉଁରିଆ କାଠି ଜାଳି ବଡ ବଡ଼ିଆ ଡାକ ଦିଆଯିବ ବୋଲି ନିର୍ଣ୍ଣୟ ନିଆଯାଇଛି । ଏହି ବୈଠକରେ ଟିଟିଲାଗଡ଼ ପୂଜକ ବ୍ରହ୍ମ ସମାଜର ସଭାପତି ଶଙ୍କର ଲାଲ ଶର୍ମା, ସମ୍ପାଦକ ମାନସ ପାଣି, ସମାଜର ଉପଦେଷ୍ଟା ଦେବୀ ପ୍ରସାଦ ଶର୍ମା, ସଞ୍ଜୟ କୁମାର ନାୟକ, ସଦସ୍ୟ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀର ସଭାପତି ରାଜେଶ ଅଗ୍ରୱାଲ, ଅଗ୍ରୱାଲ ସେବା ସମିତିର ଅଧ୍ୟକ୍ଷ ରମେଶ କନୋଡିଆ, ସ୍ଵର୍ଣ୍ଣକାର ସଂଘର ସଭାପତି ଗୁଲାପ ସୋନି, ମାରୱାଡ଼ି ଯୁବା ମଞ୍ଚ ସେଣ୍ଟ୍ରାଲ ଶାଖାର ସଭାପତି ମିଣ୍ଟୁ ଶର୍ମା, ଅଗ୍ରୱାଲ ସଭାର ଉପସଭାପତି କିଶୋର ଗୁପ୍ତା, ସହ ସମ୍ପାଦକ ପଙ୍କଜ ବିର୍ମିୱାଲ, କୋଷାଧ୍ୟକ୍ଷ ରାଜୀବ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.