csstore

ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ଫାଉଣ୍ଡେସନ୍ ଏବଂ ସେକ୍ଟର ୧୬ ସ୍ଥିତ ଇସ୍ପାତ ଡିଏଭି ସ୍କୁଲ ଠାରେ ମିଳିତ ଭାବେ ସ୍କୁଲ ପରିସରରେ ସଫଳତା ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ମାନେ ନିଜ ଚକ୍ଷୁ ପରୀକ୍ଷା କରାଇଥିଲେ । ବର୍ମା ହସ୍ପିଟାଲର ଚକ୍ଷୁ ବିଶେଷଜ୍ଞ ଡାକ୍ତର ପି.କେ. ବର୍ମା ସମସ୍ତ ପିଲା ମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ । ଏହି ଶିବିରରେ ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷା ଜସବିନ୍ଦର କୌର, ସମାଜସେବୀ କାର୍ତ୍ତିକ ରାଉତ ଓ ଡାକ୍ତର ବର୍ମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ହସ୍ପିଟାଲ୍‌ର କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ଶିବିର ଆୟୋଜନ କରି ଦ ହ୍ୟୁମାନିଟି ଫାଉଣ୍ଡେସନ୍ ଏବଂ ଡିଏଭି ସ୍କୁଲ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ଏବଂ ଆଗକୁ ଏହା ଜାରି ରଖିବା ଦରକାର ବୋଲି ମତ ରଖିଥିଲେ । ସରୋଜା ମାମ୍‌ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଦୀପ୍ତି ସୁନ୍ଦରାରାୟ, ସମ୍ପାଦକ ଲିନା ତ୍ରିପାଠୀ, ଉପଦେଷ୍ଟା ସୁଶ୍ରୀ ଗ୍ରେସି ଡେଭିଡ, ବିଜୟ ସୁନ୍ଦରାୟ, ଲିନା ବିଶ୍ଵାଳ, କମଳିନୀ ମହାପାତ୍ର, ସରସ୍ଵତୀ ପାତ୍ର, ସସ୍ମିତା ପାତ୍ର, ରଶ୍ମିତା ମଲ୍ଲିକ, ରଶ୍ମିତା ବିଶୋଇ, ଅଶ୍ୱିନ କିଶାନ୍, ଗାୟତ୍ରୀ, ନୂତନ ସଦସ୍ୟ ଭାବେ ମିନାକ୍ଷୀ ପାଢ଼ୀ ଏବଂ ଅନୁପମା ଆଚାର୍ଯ୍ୟ ଓ ସ୍କୁଲର କର୍ମକର୍ତ୍ତାଙ୍କ ସହଯୋଗରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା ।

jayashree
Leave A Reply

Your email address will not be published.