ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲରେ ଥିବା ଜିନ୍ଦଲ ସପିଙ୍ଗ ମଲ୍‌ରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସପିଙ୍ଗ ମଲ୍‌ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଗତ ଅଗଷ୍ଟ ୧୫ ତାରିଖରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଯେଉଁ ଗ୍ରାହକ ୨୦୦୦ ଟଙ୍କାର କ୍ରୟ କରିବେ ତାଙ୍କୁ ଏକ ଲଟେରୀ କୁପନ୍ ଜିନ୍ଦଲ ସପିଙ୍ଗ ମଲ ପକ୍ଷରୁ ପ୍ରଦାନ କରାଯାଇଥିଲା । ଆଜି ଲଟେରୀର ଉଠାଣ ତାରିଖ ଧାର୍ଯ୍ୟ କରାଯାଇଥିଲା । ନିୟମ ଅନୁଯାୟୀ ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଣେ ଓକିଲଙ୍କ ଉପସ୍ଥିତିରେ ଲଟେରୀ ୧୦୦ ଖଣ୍ଡ ସାନ୍ତ୍ୱନା ମୂଳକ ପୁରସ୍କାର ରହିଥିବା ବେଳେ ପ୍ରଥମ ପୁରସ୍କାର ଇଲେଟ୍ରି ସ୍କୁଟି, ଦ୍ୱିତୀୟ ପୁରସ୍କାର ଫ୍ରିଜ୍ ଓ ତୃତୀୟ ପୁରସ୍କାର ୱାଶିଂ ମେସିନ ରହିଥିଲା । ଓକିଲ ରାମ ରତନ ପୁରୋହିତ ଓ ବିଶିଷ୍ଟ ବ୍ୟକ୍ତି ଭାବେ ବଡ଼ ଶତପଥୀ, ଶ୍ୟାମଲାଲ ପ୍ରଧାନ, ନନ୍ଦ କିଶୋର ଶ୍ରୀବାସ୍ତବ, ଅଶୋକ ଜିନ୍ଦଲ ପ୍ରମୁଖଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କରାଯାଇଥିଲା । ପ୍ରଥମ ପୁରସ୍କାର ବିଜେତା ହେଲେ ଶୁଭମ ସାହୁ, କେନାବୁଦା, ଦ୍ୱିତୀୟ ପୁରସ୍କାର ବିଜେତା ହେଲେ ପ୍ରଭୁଲାଲ ଭୋଇ, ବଇଦପାଲି ଓ ତୃତୀୟ ପୁରସ୍କାର ବିଜେତା ହେଲେ ସଞ୍ଜୀବ ପ୍ରଧାନ, ଝାରବନ୍ଧ । ଶେଷରେ ଜିନ୍ଦଲ ସପିଙ୍ଗ ମଲ୍‌ର ମାଲିକ ଅମନ ଜିନ୍ଦଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.