oom

ଫ୍ରାଙ୍କଫର୍ଟ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକ୍ରମ

jsmm

ନୂଆଦିଲ୍ଲୀ : ଜର୍ମାନୀର ଫ୍ରାଙ୍କଫର୍ଟ୍ ଆନ୍ତର୍ଜାତୀୟ ପୁସ୍ତକ ମେଳାର ୭୫ତମ ସଂସ୍କରଣରେ କେନ୍ଦ୍ର ସାହିତ୍ୟ ଏକୋଡମୀ ଅଂଶଗ୍ରହଣ କରିଛି । ପୁସ୍ତକ ମେଳାର ପ୍ରଥମ ଦିନରେ ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ଦେଶର ପ୍ରକାଶକଙ୍କ ସହ ଆଲୋଚନା କରାଯାଇଥିଲା । ଏଥି ସହିତ ଦୁଇଟି ସାହିତ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥିଲା । ପ୍ରଥମ କାର୍ଯ୍ୟକ୍ରମରେ ଭାରତର ସାରସ୍ୱତ ଐତିହ୍ୟ ଶୀର୍ଷକରେ ଆଲୋଚନା କରାଯାଇଥିଲା । ଏହାକୁ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ପରିଚାଳନା କରିଥିବାବେଳେ ତିନି ପ୍ରତିଷ୍ଠିତ ବିଦ୍ୱାନ୍ ଓ ଲେଖକ ପ୍ରଫେସର ବଦ୍ରି ନାରାୟଣ, ପ୍ରଫେସର ଧନଞ୍ଜୟ ସିଂହ ଏବଂ ବିଶ୍ୱାସ ପାଟିଲ ଆଲୋଚନା କରିଥିଲେ । ଭାରତୀୟ ସାହିତ୍ୟର ସ୍ୱତନ୍ତ୍ରତା, ଭାରତୀୟ ସଂସ୍କୃତିର ମୂଳରେ ବିବିଧତା, ଭାରତର ସ୍ୱଦେଶୀ ଜ୍ଞାନ ପ୍ରଣାଳୀ, ଜ୍ଞାନ ପ୍ରଣାଳୀ ସମୃଦ୍ଧ କରିବାରେ ମୌଖିକ ପରମ୍ପରାର ଭୂମିକା, ଭାରତର ଦାର୍ଶନିକ ଏବଂ ଧାର୍ମିକ ସାହିତ୍ୟ, ଅନୁବାଦ, ସମସାମୟିକ ଭାରତୀୟ ସାହିତ୍ୟ ଇତ୍ୟାଦି ବିଷୟ ଆଲୋଚନାର ଅନ୍ତର୍ଭୁକ୍ତ ହୋଇଥିଲା । ଦ୍ୱିତୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ମରାଠୀ ଲେଖକ ବିଶ୍ୱାସ ପାଟିଲ ସଚିବ ଡକ୍ଟର ଶ୍ରୀନିବାସରାଓଙ୍କ ସହ ଐତିହାସିକ ବିଷୟବସ୍ତୁ ଆଧାରିତ ଉପନ୍ୟାସ, ଆନ୍ନା ଭାଉ ସାଥେ, ଭାରତୀୟ ସାହିତ୍ୟ ପରମ୍ପରା, ଦଲିତ ସାହିତ୍ୟ ଏବଂ ସମସାମୟିକ ମରାଠୀ ସାହିତ୍ୟ ସମ୍ପର୍କରେ ଚର୍ଚ୍ଚା କରିଥିଲେ । ୧୭ ତାରିଖରେ ପ୍ରଫେସର ବଦ୍ରି ନାରାୟଣଙ୍କ ସହ ଲେଖକଙ୍କ ସହିତ ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.