ଫୁଲଟା ଅଞ୍ଚଳ ଅଶାନ୍ତ : ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘରଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଯାହାକି, ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ଼ ୧୧ଟାରେ କିଛି ଦୁର୍ବୃତ୍ତତ୍ତ ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଗ୍ରାମରେ ପାର୍ବଣ ସମୟରେ ଲୋକଙ୍କ ଭିତରେ ଏକ ପ୍ରକାର ଭୟର ଆତଙ୍କ ଖେଳିଯାଇଛି । ଏଥିରେ କେହି ମୃତହାତ ହୋଇନଥିବା ପୁଲିସ ସୂତ୍ରରୁ କୁହାଯାଇଛି । ରାଜନୈତିକ ଶତ୍ରୁତା ନା’ ବୋମା ମାଡ଼ ପଛରେ ଆଉ କିଛି କାରଣ ରହିଛି, ପୋଲିସ ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଅଶାନ୍ତ ବାତାବରଣ ଥିବାରୁ ୩ ପ୍ଲାଟୁନ ଫୋର୍ସ ମୃତ୍ତୟନ କରାଯାଇଛି । ପାର୍ବଣ ସମୟରେ ଏଭଳି ଘଟଣା ଘଟିଥିବା ନେଇ ଲୋକଙ୍କ ମନରେ ଆତଙ୍କ ଖେଲାଇଦେଇଛି, ଫଳରେ ପାର୍ବଣ ସମୟରେ ଆନନ୍ଦ ଉଲ୍ଲାସ ମଉଳି ଯାଇଛି । ଏହି ଅଞ୍ଚଳରେ ଗ୍ରାମରେ କିଛିଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା । ଗତ କାଲି ରାତିରେ ଏଭଳି ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିଯାଇଛି, ଫଳରେ ଏହି ଅଞ୍ଚଳରେ ଅଶାନ୍ତ ପରିବେଶ ଦେଖାଦେଇଛି ।

Leave A Reply

Your email address will not be published.