ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଓଡ଼ିଆ ଯୁବତୀ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ଦାନା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ଓଡ଼ିଆ ଯୁବତୀ । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଂଚାୟତ କେନ୍ଦୁଉଡ଼ାର ଗାଁର ବବିତା ବାଗ ତାମିଲନାଡୁ ରାଜ୍ୟର ତ୍ରିପୁରାକୁ ଦାଦନ ଖଟିବାକୁ ଯାଇ ଏବେ ଶବ ହୋଇ ଫେରିଛନ୍ତି । ତାମିଲନାଡୁ ରାଜ୍ୟର ତ୍ରିପୁରାକୁ ଯାଇ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ ବବିତା । ନୂଆଁଖାଇ ପାଇଁ ଗତ ସେପ୍ଟେମ୍ବର ୭ ତାରିଖ ଗାଁକୁ ଆସିଥିଲେ ବବିତା । ଅସୁସ୍ଥତା ଅନୁଭବ କରିବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯିବାରୁ ସେ ଟାଇଫଏଡ଼ରେ ଆକ୍ରାନ୍ତ ଥିବା ପରିବାର ଜାଣିବାକୁ ପାଇଥିଲେ । ସୁସ୍ଥ ହେବା ପରେ ବବିତା ପୁଣି ତ୍ରିପୁରାକୁ ଯାଇଥିଲେ । ସେଠାରେ ପୁଣି ଅସୁସ୍ଥ ହୋଇ ପଡିବାରୁ ସାଥିରେ ଥିବା ଯୁବତୀମାନେ ସେଠାକାର ମେଡିକାଲରେ ଭର୍ତ୍ତି କରି ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇବା ପରେ ବବିତାଙ୍କ ଭାଇ ଉମେଶ ତ୍ରିପୁରା ଯାଇଥିଲେ ହେଲେ ଡାକ୍ତର ବବିତାଙ୍କୁ ମୃତ ଘୋଷଣା କରିଥିଲେ । ଗାଁକୁ ଶବ ଫେରିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.