ଅଚାନକ ଜୁଆ ଆଡ୍ଡା ଉପରେ ରମ୍ଭା ପୋଲିସର ଚଢ଼ାଉ : ୨ ବାଇକ ସହ ୯ ଗିରଫ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଦୀର୍ଘ ମାସ ହେବ ଜୁଆ ଖେଳ ଚାଲିଥିବାକୁ ନେଇ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଚାନକ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଥିଲା ଏବଂ ଗତ ରବିବାର ବିଳମ୍ବିତ ରାତିରେ ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ଆକ୍ସନ ମୁଡ଼ରେ ଅଚାନକ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲେ । ସେମାନଙ୍କ ଠାରୁ ୨୨ ହଜାର ଟଙ୍କା ସହ ୧୨ଟି ମୋବାଇଲ ଏବଂ ଗୋଟିଏ ବାଇକ ଓ ସ୍କୁଟି ଜବତ ହୋଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.