ହାତୀସରା ୩ୟ ଲୋକକଳା ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରାରେ ଦୁର୍ଗାପୂଜା ଅବସରରେ ୩ୟ ଲୋକକଳା ମହୋତ୍ସବ ଗତ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ବଜାଶାଲ ଅନୁଷ୍ଠାନ ଏବଂ କେନ୍ଦ୍ରାପଡ଼ା ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଗତ ସୋମବାର ଦିନ ଦୁର୍ଗାମେଢ଼ ଭସାଣି ହୋଇଯାଇଛି । ଏହି କାର୍ଯ୍ୟକ୍ରମ ହରିଜନ ଆଦିବାସୀ ଯୁବକ ସଂଗଠନର ସଭାପତି ରଞ୍ଜନ ସୁନା, ଲୋକକଳା ମହୋତ୍ସବ କମିଟିର ସଭାପତି ପରମେଶ୍ୱର ନନ୍ଦ ପରିଚାଳନା ଦାୟିତ୍ଵ ବହନ କରିଥିଲେ ।

Leave A Reply

Your email address will not be published.