oom

ବଲାଙ୍ଗିର ରେଞ୍ଜ ଭିତରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜ ଭିତରେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଛି । ଗତ ୫ ଦିନ ତଳେ ବଲାଙ୍ଗିର ସଦର ରେଞ୍ଜ ଅନ୍ତର୍ଗତ ଅସୁର ଡୁଙ୍ଗୁରୀ ଜଙ୍ଗଲ ଭିତରେ ଏକ ଦନ୍ତା ହାତୀକୁ ମାରି ଦାନ୍ତ ନିଆଯାଇଥିବା ବେଳେ ପୁଣି ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହେଇଛି ବଲାଙ୍ଗିର ରେଞ୍ଜ ଆଠଗାଁ ସେକ୍ସନ ଶୁଲିଆ ସଂରକ୍ଷିତ ଜଙ୍ଗଲରେ । ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜଗିଛି । ହାତୀର ବୟସ ୪୦ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ହାତୀର ଦାନ୍ତ ସୁରକ୍ଷିତ ରହିଥିବା ବେଳେ ହାତୀ କେମିତି ମଲା ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ହାତୀ ସୁରକ୍ଷା ପାଇଁ ଏଲିଫେଣ୍ଟ‌ ସ୍କ୍ୱାର୍ଡ ନିୟୋଜିତ ହୋଇଥିବା ବେଳେ ବଲାଙ୍ଗିର ରେଞ୍ଜରେ ଏଲିଫେଣ୍ଟ‌ ସ୍କ୍ୱାର୍ଡକୁ ହାତୀ ସଂପର୍କିତ ସୂଚନା ମିଳୁନାହିଁ କାହିଁକି ? ପ୍ରଶାସନିକ କ୍ଷେତ୍ରରେ ନିଶ୍ଚୟ କେଉଁଠି ତ୍ରୁଟି ରହିଥିବା ଲୋକେ ଆଲୋଚନା କରୁଛନ୍ତି । ବଲାଙ୍ଗିର ରେଞ୍ଜ ଅଂଚଳରେ ଏଭଳି ହାତୀ ଅସୁରକ୍ଷିତ ଅବସ୍ଥା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଏପରିକି ପୂର୍ବ ଭଳି ବଲାଙ୍ଗିର ରେଞ୍ଜ ଅଂଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ଧରପଗଡ ବି ଜଣା ପଡୁନାହିଁ । ଏସବୁ ଦିଗରେ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ ବୋଲି ଲୋକଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.