ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ବିପର୍ଯ୍ୟୟ ନିରାକରଣ, କ୍ଷତିକାରକ ଏବଂ ପ୍ରସ୍ତୁତି ସମେତ ବିପର୍ଯ୍ୟୟ ହ୍ରାସର ଏକ ବିଶ୍ୱ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ୧୩ ଅକ୍ଟୋବରକୁ ‘ବିପର୍ଯ୍ୟୟ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ’ ଭାବରେ ନିଷ୍ପତ୍ତି କରିଛି । ୨୫ ବର୍ଷ ଧରି, ଏହି ଦିବସ ସଚେତନତା ସୃଷ୍ଟି କରି ଆସିଛି । ସମଗ୍ର ବିଶ୍ୱରେ ସାଧାରଣ ଲୋକ ଏବଂ ସମ୍ପ୍ରଦାୟ କିପରି ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି ଏବଂ ସେମାନେ ସମ୍ମୁଖୀନ ହେଉଥିବା ବିପଦକୁ କିଭଳି ହ୍ରାସ କରିଛନ୍ତି ତାହା ବିଷୟରେ ଆଲୋକପାତ କରାଯାଏ । ୨୦୨୪ ପାଇଁ ଥିମ୍ ‘ବିପର୍ଯ୍ୟୟ ମୁକ୍ତ ଭବିଷ୍ୟତ ପାଇଁ ପିଲାମାନଙ୍କୁ ସୁରକ୍ଷା ଏବଂ ସଶକ୍ତିକରଣରେ ଶିକ୍ଷାର ଭୂମିକା” ଉପରେ ଧ୍ୟାନ ଦେଇଥାଏ । ଅନେକ ବିପର୍ଯ୍ୟୟ, ପ୍ରାୟତଃ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅଧିକ ଭାବରେ ଶିଶୁ ଏବଂ ଯୁବକମାନେ ବିପଦର ସମ୍ମୁଖୀନ ହୁଅନ୍ତି । ୟୁନିସେଫ ରିପୋର୍ଟ କରିଛି ଯେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ଏବଂ ଆନୁସଙ୍ଗିକ ବିପର୍ଯ୍ୟୟ ହେତୁ ବିଶ୍ଵରେ ପ୍ରାୟ ଦଶ କୋଟିରୁ ଅଥିମ ପିଲା ଅତ୍ୟଧିକ ବିପଦରେ ଅଛନ୍ତି । ୨୦୨୨ ମସିହାରେ, ଚାଡ, ଗାମ୍ବିଆ, ପାକିସ୍ଥାନ ଏବଂ ବାଂଲାଦେଶରେ ବନ୍ୟା ଦ୍ୱାରା ପ୍ରଭାବିତ ଶିଶୁଙ୍କ ସଂଖ୍ୟା ୩୦ ବର୍ଷ ମଧ୍ୟରେ ସର୍ବାଧିକ ଥିଲା। ମୃତ୍ୟୁ ଏବଂ ଆଘାତ ହେବାର ଆଶଙ୍କା ବ୍ୟତୀତ ପିଲାମାନେ ଶିକ୍ଷା, ପୁଷ୍ଟିକର ଖାଦ୍ୟ, ସ୍ୱାସ୍ଥ୍ୟସେବା ଏବଂ ବିପର୍ଯ୍ୟୟ ପରେ ସୁରକ୍ଷା ପ୍ରସଙ୍ଗରେ ବ୍ୟାଘାତ ରୂପେ ଅଧିକ ଆହ୍ଵାନର ସମ୍ମୁଖୀନ ହୁଅନ୍ତି । ପିଲାମାନଙ୍କୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଜାତୀୟ ତଥା ସ୍ଥାନୀୟ ବିପର୍ଯ୍ୟୟ ହ୍ରାସ କୈଶଳ ବିକାଶ କରିବା ସମୟରେ ଦେଶଗୁଡିକ ସେମାନଙ୍କର ଦୁର୍ବଳତା ଏବଂ ଆବଶ୍ୟକତାକୁ ବିଚାର କରିବା ଆବଶ୍ୟକ କରନ୍ତି । ଶିଶୁ ଏବଂ ଯୁବକମାନଙ୍କୁ ସଶକ୍ତ କରିବା ଏବଂ ବିପର୍ଯ୍ୟୟ ବିପଦ ହ୍ରାସ କରିବାରେ ସେମାନଙ୍କୁ ଯୋଗଦାନ କରିବାର ସୁଯୋଗ ପ୍ରଦାନ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ, ଯେପରି ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମୱାର୍କରେ ଦର୍ଶାଯାଇଛି (୨୦୧୫-୨୦୩୦) । ସେଣ୍ଡାଇ ଜାପାନର ଟୋହୋକୁ ଅଞ୍ଚଳର ଏକ ସହର, ଟୋକିଓର ଉତ୍ତର-ପୂର୍ବରେ ହନସୁ ଦ୍ୱୀପରେ । ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିବା, ସେମାନଙ୍କୁ ନିଜକୁ ରକ୍ଷା କରିବା ପାଇଁ କୌଶଳ ଶିଖାଇବା ଏବଂ ଏହାର ପ୍ରୟୋଗ ବଳରେ ସେମାନଙ୍କ ପରିବାର ଏବଂ ସମ୍ପ୍ରଦାୟରେ ପରିବର୍ତ୍ତନର ଏଜେଣ୍ଟ ବା ମାଧ୍ୟମ ଭାବରେ ଗଢ଼ି ତୋଳିବାକୁ ହେବ । ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀକୁ ବିସ୍ତାର କରିବାକୁ ଏହା ଏକ ବିଶେଷ ପ୍ରୟାସ ଅଟେ । ‘କେବଳ ପିଲାମାନଙ୍କର ସୁରକ୍ଷା ନୁହେଁ ବରଂ ସମସ୍ତଙ୍କ ପାଇଁ ବିପଦ ହ୍ରାସ କରିବାକୁ ନିଷ୍ପତ୍ତି ନେବାରେ ଅଂଶଗ୍ରହଣ କରିବାକୁ ସେମାନଙ୍କୁ ସକ୍ଷମ କରିବା ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ।

Leave A Reply

Your email address will not be published.