ଚନ୍ଦ୍ରଭାଗା ସମୁଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋଣାର୍କ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ରବିବାର ସକାଳୁ ସକାଳୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ଅନୁସାରେ, ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ୩ ଜଣ ଯୁବକ କୋଣାର୍କ ବୁଲିବାକୁ ଆସିଥିଲେ । ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍‌ ଗାର୍ଡ ରାମ ରାଓ ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ସମୁଦ୍ରକୁ ଭାସିଯାଇଥିଲେ । ଘଟଣାସ୍ଥଳରେ ଲାଇଫ୍‌ ଗାର୍ଡ ପହଞ୍ଚି ଖୋଜାଖୋଜି କରିଥିଲେ । ମୃତ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳର ଜୀବନଜ୍ୟୋତି ମହାନ୍ତି ଓ ୨ ଉଦ୍ଧାର ଯୁବକ ହେଲେ ସୁକାନ୍ତ ଜେନା ଓ ସୁଧୀର ମ୍ଲଲିକ ବୋଲି ଜଣାପଡିଛି । ମୃତ ଯୁବକ ଜଣଙ୍କ ପିପିଲି ଅଞ୍ଚଳର ଏକ ଘରୋଇ ଅଫିସରେ କାର୍ଯ୍ୟ କରୁଥିବାର ଜଣାପଡିଛି । ସାଙ୍ଗମାନଙ୍କ ସହ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଘଟିଥିଲା ଏଭଳି ଅଘଟଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ । ପୋଲିସ ଶବକୁ ଜବତ କରି ପରିବାରଙ୍କ ଲିଖିତ ଅଭିଯୋଗ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.