ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ୮୮ ବ୍ୟାଚ୍‌ ବା ପ୍ରୟାସର ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପଠାରେ ସ୍ୱେଚ୍ଛାସେବୀ ସଂଗଠନ ପ୍ରୟାସ, ପଦ୍ମପୁର ତରଫରୁ ସଭାପତି ପ୍ରକାଶ ମେହେରଙ୍କର ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସମ୍ପାଦକ ସୁମନ୍ତ ସାହୁ ବିବରଣୀ ପଠନ କରିଥିଲେ । ପ୍ରୟାସ ପଦ୍ମପୁରର ସଦସ୍ୟ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ, ସଂସଦୀୟ ବ୍ୟାପାର, ଆଇ.ଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଆଗାମୀ ଦିନରେ ସଂଗଠନର ଜନ କଲ୍ୟାଣକାରୀ ଯୋଜନାକୁ ବିସ୍ତୃତ କରିବାକୁ ବକ୍ତବ୍ୟ ରଖିଥିଲେ । ଏଥି ସହ ଆସନ୍ତା କାଲି ନାରୀଶକ୍ତି ରୂପିଣୀ, ସର୍ବଙ୍ଗ ସହା ଏଣୁ ‘ଶକ୍ତି ସ୍ୱରୂପା’ କାର୍ଯ୍ୟକ୍ରମ ହାତକୁ ନେଇ ନବମୀ ତିଥିରେ ଜନ୍ମ ନେଇଥିବା ଏକ ଶିଶୁକନ୍ୟାଙ୍କୁ ଫୁଲ ଚନ୍ଦନରେ ସ୍ୱାଗତ କରି ନାରୀଙ୍କୁ ଅଧିକ ସଶକ୍ତ କରିବାକୁ ବାର୍ତ୍ତା ରଖିଥିଲେ । ଡାକ୍ତର ସଞ୍ଜିତ ମିଶ୍ର ପ୍ରେରଣା ଟ୍ରଷ୍ଟରୁ ‘ପ୍ରୟାସ’ ପଦ୍ମପୁର ପ୍ରତି ସହଯୋଗ ରଖିବାକୁ ଘୋଷଣା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନୂତନ କର୍ମକର୍ତ୍ତାଙ୍କ ସ୍ତରରେ ସାମାନ୍ୟ ପରିବର୍ତ୍ତନ କରି ସମ୍ପାଦକ ଭାବରେ ଡାକ୍ତର ସଞ୍ଜିତ ମିଶ୍ର, ଯୋଜନା ଅଧିକାରୀ ରବୀନ୍ଦ୍ର ମୋହନ ଦାଶ, ମେଡ଼ିଆ ସଂଯୋଜକ ରଘୁନାଥ ପୁରୀ, କୋଷାଧ୍ୟକ୍ଷ ବ୍ରଜମୋହନ ସାହୁଙ୍କୁ ମନୋନିତ କରାଯାଇଥିଲା ବରିଷ୍ଠ ସଦସ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୁରେଶ ସାହୁ, ଏଡ଼ଭାଇଜର, ଭାବରେ ମନୋନୀତ କରାଯାଇଥିଲା । ପରିଶେଷରେ ରବୀନ୍ଦ୍ର ମୋହନ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.