କିରାବାହାଲ ରାଣୀପାଲି ଶକ୍ତିପୀଠରେ ନରସିଂହ ମିଶ୍ର

  • ମା’ଙ୍କ ଆଶୀର୍ବାଦ ନେବା ସହ ଅଂଚଳବାସୀଙ୍କ ପାଇଁ କଲେ ମଙ୍ଗଳ କାମନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଦେବୀ ପୀଠ ମଧ୍ୟରୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କିରାବାହାଲ ଓ ରାଣୀପାଲିର ମାହେଶ୍ୱରୀ ଶକ୍ତିପୀଠ ହେଉଛି ବହୁ ପ୍ରାଚୀନ । ଏଠି ମା’ ଦୁର୍ଗା ମାହେଶ୍ୱରୀ ଦେବୀ ରୂପରେ ପୂଜା ପାଆନ୍ତି । ଡୁମାଲ ସମ୍ପ୍ରଦାୟର ଇଷ୍ଟଦେବୀ ହେଉଛନ୍ତି ମା’ ମାହେଶ୍ୱରି । ଭାଇ ଜିଉଁନ୍ତିଆ ଠାରୁ ପୂଜା ଆରମ୍ଭ ହୋଇ ଦଶମୀ ଦିନ ପର୍ଯ୍ୟନ୍ତ ଏଠି ପୂଜା ହୋଇଥାଏ । ଏହି କ୍ରମରେ ଆଜି ହେଉଛି ମହା ନବମୀ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷମଧ୍ୟ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଆଜି ରାଣିପାଳି ଓ କିରାବାହାଲ ଗସ୍ଥ କରି ଉଭୟ ଗ୍ରାମର ଗୁଡିକୁ ଯାଇ ଦେବୀ ମା’ଙ୍କୁ ଦର୍ଶନ କରି ମା’ଙ୍କ ଠାରୁ ଆଶୀର୍ବାଦ ତଥା ଅଂଚଳବାୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଦଲମତ ନିର୍ବିଶେଷରେ ଅଂଚଳ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ଆବଶ୍ୟକ ବୋଲି କହିବା ସହ ସଂସ୍କୃତି, ପରମ୍ପରା ଓ ଐତିହ ସମ୍ପନ୍ନ ଏହି ଯାତ୍ରା ଆୟୋଜନକୁ ଶ୍ରୀ ମିଶ୍ର ଭୁରି ଭୁରି ପ୍ରଶଂସା କରିଥିଲେ । ସୁକତେଲ ନଦୀ ଉପରେ ନିର୍ମିତ ଭୂତଳ ଜଳ ପ୍ରକଳ୍ପ ଦ୍ୱାରା ଏହି ଅଂଚଳର ଅର୍ଥନୈତିକ ବିକାଶ ହେବାସଙ୍ଗେ ସଂଗେ ଭୂତଳ ଜଳସ୍ତର ଆଗାମୀ ଦିନରେ ବୃଦ୍ଧି ପାଇବ ବୋଲି ଶ୍ରୀଯୁକ୍ତ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ,ଏହି ଗସ୍ଥ ଅବସରରେ ଶ୍ରୀଯୁକ୍ତ ମିଶ୍ରଙ୍କ ସହ ଟଙ୍କଧର ଗଡତ୍ୟା, ଶୁଭ୍ରାଂଶୁ ପଣ୍ଡା, ଲମ୍ବୋଦର ମହାକୁର, ଗୋପୀ ପଟେଲ, ଧନୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.