ଶାରଦୀୟ ରଞ୍ଜିତାର ଦ୍ୱିତୀୟ ସନ୍ଧ୍ୟା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ଦ୍ଵିତୀୟ ସନ୍ଧ୍ୟାରେ ଅନୁଷ୍ଠିତ ରଞ୍ଜିତା କାର୍ଯ୍ୟକ୍ରମକୁ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଳ କିଶୋର ସାହୁ ଓ ବରିଷ୍ଠ ସଦସ୍ୟ ପ୍ରୀତମ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ସଭାରେ କମିଟିର ସଦସ୍ୟ ପ୍ରମୋଦ ନାଥ, ସଂଜୀବ ବହିଦାର, ରାଜେଶ ଗୁର୍ଲା, ରମେଶ ଗୁର୍ଲା ଓ ବିଜୟ ଦାନୀ ଉପସ୍ଥିତ ଥିଲେ । ପ୍ରଥମେ ଛୁମକୁ ଛୁମା ଭେଡେନର କଳାକାରମାନେ ଏକ ସମ୍ବଲପୁରୀ ଭଜନ ସହ ଲୋକନୃତ୍ୟ ପରିବେଷଣ କରିଥିଲେ । ଏହାପରେ ମହାରାଜ ରାବଣଙ୍କ ଦରବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଦରବାରରେ ପଞ୍ଚବାଦ୍ୟ ସମ୍ବଲପୁର ଓ ଦିବ୍ୟରୂପା କଳା ପରିଷଦ ବରଗଡ଼ର କଳାକାର ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହି ନେଇଥିଲେ । ମହାରାଜ ରାବଣ ଭୂମିକାରେ ନିର୍ମଳ ମେହେର ଓ ତାଙ୍କର ସାଥୀ କଳାକାର ମାନଙ୍କ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା । ସାଂସ୍କୃତିକ ଦଳ ମାନଙ୍କୁ ଉପ ସଭାପତି ଅଜିତ ଶତପଥୀ, ସନ୍ତୋଷ ମହାନ୍ତି ଓ ନବ ବରିହା ସମ୍ମାନିତ କରିଥିଲେ । ଶ୍ରୀ ବିଜୟ ଦାନୀ ଓ ରାଜେଶ ଗୁର୍ଲା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.