pr

ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବ୍ରଜ ବିହାରୀଙ୍କ ୧୦୫ତମ ଜୟନ୍ତୀ ପାଳିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଦ ବିଦ୍ୱାନ ବ୍ରଜ ବିହାରୀଙ୍କ ୧୦୫ତମ ଜୟନ୍ତୀ ଉତ୍ସବ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ବଲାଙ୍ଗିର ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବରପୁତ୍ର ଋଷି ପ୍ରତିମ ବ୍ରଜବିହାରୀଙ୍କ ଚିତ୍ରପଟରେ ଉପସ୍ଥିତ ବୁଦ୍ଧିଜବେେ ସମୁହ ପୁଷ୍ପମାଲ୍ୟ ଅର୍ପଣ ସହିତ ସ୍ମୃତଚାରଣ କରି ତାଙ୍କର ବିବିଧତା ସମ୍ପନ୍ନ ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ । ବ୍ରଜ ବିହାରୀଙ୍କ ବହୁ ଚର୍ଚ୍ଚିତ କାଳଜୟୀ ପୁସ୍ତକ “ଚିନ୍ତା” ପୁନଃ ପ୍ରକାଶନ ହୋଇ ବଜାରରେ ଉପଲବ୍ଧ ହୋଇଥିବାରୁ କାର୍ଯ୍ୟକ୍ରମରେ ଆନନ୍ଦ ପ୍ରକାଶ ପାଇଥିଲା । ବେଦ ବିଦ୍ୱାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଏକ ଚେୟାର ପ୍ରତିଷ୍ଠା କରିବାକୁ ସଭାରେ ଦାବି ହୋଇଥିଲା । କୃପାସିନ୍ଧୁ ମିଶ୍ର, ଜୟପ୍ରକାଶ ପଣ୍ଡା, ପ୍ରଦୀପ କୁମାର ଗୁରୁ, କୁନୁ ପ୍ରସାଦ ନାୟକ, ବିରେନ୍ଦ୍ର କୁମାର ବନଛୋର, ଅଶୋକ କୁମାର ରଣା, ସୁବାଷ ଚନ୍ଦ୍ର ଶତପଥି, ସୟେଦ ଆଫତାପ ହୁସେନ, ସୁବାଷ ଚନ୍ଦ୍ର ଦାଶ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.