oom

ଗବେଷକ ସନ୍ଦୀପ କୁମାର କୁଅଁରଙ୍କ ଗବେଷଣାତ୍ମକ ପୁସ୍ତକ “ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ ” ର ପାଠକାର୍ପଣ ସମାରୋହ

jsmm
  • ବ୍ରଜବିହାରୀଙ୍କ ସାହିତ୍ୟ ସମାଜ ସୁଧାରକ ପାଇଁ ଦିଗବାରେଣୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ପ୍ରତିକ ମଣିଷ ଜୀବନ ଏକ ଦୁଃଖସମୟରେ ତଥା ବିପଦରେ ଯିବାକୁ ଲାଗିଛି । ସେଇ ବିପଥଗାମୀଙ୍କୁ ସଠିକ ପଥ ନିର୍ଦ୍ଦେଶ ସହ ମାନବ ସମାଜକୁ ଉଚିତ ଦିଶା ନିର୍ଦେଶ ଆଜିର ଲେଖକମାନଙ୍କ କର୍ତ୍ତବ୍ୟ । ତେବେ ଉଚିତ ସାହିତ୍ୟ ହିଁ ସମାଜକୁ ପଥ ପ୍ରଦର୍ଶନ କରିବା ସହ ସୁସ୍ଥ ସମାଜ ଗଠନ ପାଇଁ ଅନ୍ୱେଷୀ ହୋଇପାରେ । ବେଦବିଦ୍ୱାନ ସାରସ୍ୱତ ସାଧକ ବ୍ରଜବିହାରୀ ଥିଲେ ସମାଜ ଅଭିମୁଖୀ ମଣିଷ । ତାଙ୍କର ବହୁ ପାଣ୍ଡୁଲିପି ପ୍ରକାଶିତ ଅପ୍ରକାଶିତ ପୁସ୍ତକ ଆଲୋଚନାର ଆଧାର ହୋଇପାରିଲେ ତାହା ସମାଜ ପାଇଁ ଏକ ନୂତନ ଦିଗଦର୍ଶନ ଦେଇପାରିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ବେଦବିଦ୍ୱାନ ସାରସ୍ୱତ ସାଧକ ବ୍ରଜବିହାରୀଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ମତ ଦେଇଛନ୍ତି ବହୁବକ୍ତା । ଆଞ୍ଚଳିକ ସମ୍ବାଦର ପ୍ରାୟୋଜନରେ ସ୍ରୋତସ୍ୱତୀ ପ୍ରକାଶନି ଦ୍ୱାରା ଆୟୋଜିତ ଏହି ଜନ୍ମ ଜୟନ୍ତୀ ଓ ଗବେଷକ ସନ୍ଦୀପ କୁମାର କୁଅଁରଙ୍କ ଗବେଷଣାତ୍ମକ ପୁସ୍ତକ “ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ ” ର ପାଠକାର୍ପଣ ଅବସରରେ ଏହି ମତ ପ୍ରକାଶ ପାଇଛି । ସୌମ୍ୟା ମଧୁପର୍ଣ୍ଣା ତ୍ରିପାଠୀଙ୍କ ମନୋଜ୍ଞ ସଂଯୋଜନାରେ ଡକ୍ଟର ସଂଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ଏହି ଜନ୍ମ ଜୟନ୍ତୀ ପାଳନ ଓ ପୁସ୍ତକ ପାଠକାର୍ପଣ ସମାରୋହରେ ମୁଖ୍ୟ ଅତିଥିଭାବରେ ବିଶିଷ୍ଟ ସାରସ୍ୱତ ସାଧକ ଭାଷାବିତ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ,ବରେଣ୍ୟ ଅତିଥି ଭାବରେ ପ୍ରଖ୍ୟାତ ନାଟ୍ୟକାର ନିର୍ଦ୍ଦେଶକ, ଲେଖକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଓ ବ୍ରଜବିହାରୀ ସାହିତ୍ୟ ବିମୁଗ୍ଧ ପାଠକ କବି ଆର୍ତ୍ତତ୍ରାଣ ବାବୁ ଯୋଗ ଦେଇ “ଔପନ୍ୟାସିକ ବ୍ରଜବିହାରୀ : ଏକ ଅନୁଶୀଳନ ” ପୁସ୍ତକକୁ ପାଠକାର୍ପଣ କରି ବ୍ରଜବିହାରୀ ସାହିତ୍ୟର ଏପରି ଆଲୋଚନା କରାଯାଇ ପାରିଲେ ଜ୍ଞାନର ତୁଙ୍ଗ ଶିଖର ବ୍ରଜବିହାରୀ ସାହିତ୍ୟ ଜଗତର ମଙ୍ଗଳକାରୀ ହୋଇପାରିବ ଓ ସମାଜର ଉପକାର ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ବ୍ରଜବିହାରୀଙ୍କ ସହ ତାଙ୍କର ଘନିଷ୍ଠତା ସମୟର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଦେବୀ ସମଲେଶ୍ୱରୀଙ୍କ ପୂଜାର୍ଚନା ଓ ବ୍ରଜବିହାରୀଙ୍କୁ ପୁଷ୍ପ ଅର୍ଘ୍ୟ ପ୍ରଦାନ ପରେ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ସାମ୍ବାଦିକ ବୀରେନ୍ଦ୍ର କୁମାର ଝାଙ୍କର । ଗବେଷକ ଶ୍ରୀ କୁଅଁର ପୁସ୍ତକ ପ୍ରକାଶନ ଓ ପାଠକୀୟ ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କବି ଜ୍ୟୋତିରଞ୍ଜନ ମିଶ୍ର । କବି ନବୀନ ବିଶ୍ୱବନ୍ଧୁ, ଶିକ୍ଷକ ରଂଜିତ ମିଶ୍ର, କବି ସୁଜିତ ଶତପଥୀ, ଡକ୍ଟର ଜଗନ୍ନାଥ ସାହୁ, ଡକ୍ଟର କୌତୁକ ପନ୍ଦର, ଅରୁଣ ଖୁଆସ,ପଞ୍ଚାନନ ମିଶ୍ର, ଅଭିଜିତ ମେର୍ଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.