ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ବଣ୍ଟନ କାର୍ଯ୍ୟକ୍ରମ

  • ୧୦ ଗ୍ରାମକୁ ଜଙ୍ଗଲ ଜମିର ସତ୍ୱାଧିକାର ମିଳିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଶିରୋନାମା ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାଇ ୧୦ ଗ୍ରାମକୁ ସୋମବାର ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପାଇକମାଳ ରେଞ୍ଜର ଅନନ୍ଦ ମିଶ୍ର, ବ୍ଲକ ମଙ୍ଗଳ ଅଧିକାରୀ ସୁନିଲ କୁମାର ଭୋଇ, ସାମ୍ବାଦିକ ବଡ ଶତପଥୀ ଓ ସୁରଥ ସାହୁ ଯୋଗ ଦେଇଥିଲେ । ମାସ କାର୍ଯ୍ୟକ୍ରମର ସଂଯୋଜକ ଅଦିକନ୍ଦ ବିଶ୍ୱାଳ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ । ଏଥିରେ ପାଇକମାଲ ବ୍ଲକର ୧୦ ଗ୍ରାମ ଯଥା ଖଣ୍ତିଝରଣ, ଛେତଗାଁ, ବୋଡାସମ୍ବର, ପରସଖଣ୍ତି, ରଣଜିତପୁର, କୁଆପାଲି, ହିରାପୁର, ହରିଡାଟାଲ, କୁତୁରାମାଲ, ମାଣ୍ତିଆଢିପା ଗ୍ରାମସଭାକୁ ଅତିଥି ମାନଙ୍କ ଦ୍ୱାରା ଶିରୋନାମା ବଣ୍ଟନ କରାଯାଇଛି । ଏହି ସଭାକୁ ମାସର ଜିଲ୍ଲା ସଂଯୋଜକ ବ୍ୟାସଦେବ ବାରକ ପରିଚାଳନା କରିଥିବା ବେଳେ ଦିଗେଶ କପାଟ, ଚୈତନ୍ୟ କଲେତ, କେସବ ଡଣ୍ତସନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.