oom

ପାଇକମାଲରେ ସମ୍ପୂର୍ଣ୍ଣତା ଅଭିଯାନ ଉଦ୍‌ଯାପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଚାଲିଥିବା ସମ୍ପୂର୍ଣ୍ଣତା ଅଭିଯାନ ଉତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଏନେଇ ବ୍ଲକ ମିଟିଙ୍ଗ ହଲରେ ଅନୁଷ୍ଠିତ ସଭାରେ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଦୁ ସଭାପତିତ୍ୱ କରିଥିବା ବେଳେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ପୂର୍ଣ୍ଣତା ଅଭିଯାନ ଦ୍ୱାରା ପାଇକମାଲ ବ୍ଲକରେ ବିଭିନ୍ନ କ୍ଷେତ୍ରରେ ବହୁତ ଉନ୍ନତି ହେବ ବୋଲି ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମପୁର ଏଡିଏମ୍‌ କୁନାଲ ମୋତିଲାଲ ଚୌହାନ, ବିଇଓ ଚୁଡାମଣୀ ବାରିକ ଯୋଗଦେଇ ସେ ମଧ୍ୟ ସମ୍ପୂର୍ଣ୍ଣତା ଅଭିଯାନ ବିଷୟରେ ବୁଝାଇଥିଲେ । ଏବିଏଫ ମଧୁସ୍ମିତା ବେହେରା ସଭାର ଉଦ୍ଦେଶ୍ୟ ଜ୍ଞାପନ ସହ ପାଇକମାଲରେ ଗତ ଜୁଲାଇ ୪ ତାରିଖରୁ ଚାଲିଥିବା ଏହି ମହାନ ଅଭିଯାନରେ ଗର୍ଭବତୀ ମହିଳା ମାନଙ୍କ ପୃଷ୍ଟିକର ଖାଦ୍ୟ ମେଳା, ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ୱାରା ପୋଷ୍ଟିକ ଆହାର ମେଳା, ଗର୍ବବତୀ ଚି଼ହ୍ନଟ, ପଞ୍ଜିକରଣ, ସାମାଜିକ ଜନ ସଂଖ୍ୟା ବିଶେଷତ୍ୱ, ଉଚ୍ଚ ରକ୍ତଚାପ ସମ୍ମନ୍ଧୀୟ ସଚେତନତା, ଚାଷୀ ମାନଙ୍କ ପାଇଁ ମୃତ୍ତିକା ହିତକାର୍ଡ ଦେବା, ଚାଷୀଙ୍କୁ ପଞ୍ଜିକରଣ, ଶିକ୍ଷାର ବିକାଶ ପାଇଁ ପ୍ରଭାତ ଫେରି, ଫ୍ଲାଏ କାର୍ଡ ଧରି ରେଲି ଇତ୍ୟାଦି ସ୍ୱାସ୍ଥ୍ୟ, ଶିକ୍ଷା, ଆଇସିଡିଏସ୍‌, ଏସ୍‌ଏଚ୍‌ଜି ଗ୍ରୁପ୍‌, ଏଗ୍ରିକଲଚର୍‌, ଚାଷୀ ମାନଙ୍କ ପାଇଁ ବିଭିନ୍ନ କାମ ଚାଲିଛି ବୋଲି ସୁଶ୍ରୀ ବେହେରା କହିଥିଲେ । ଏସ୍‌ଏଚ୍‌ଜି ଗ୍ରୁପ୍‌ ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ମେଳା ଅତିଥି ମାନେ ବୁଲି ଦେଖି ଥିଲେ, ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜଣେ ଅଙ୍ଗୱାଡି କର୍ମୀ ଗୀତା ସାହୁଙ୍କ ଦେଶ ପ୍ରେମି ଗୀତ ସମସ୍ତଙ୍କୁ ଆକର୍ଷିତ କରିଥିଲା ଶେଷରେ ବିଡ଼ିଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.