oom

ସ୍ୱାଧିନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧ ଉପଲକ୍ଷେ ବଲାଙ୍ଗିର ପବ୍ଲିକ ସ୍କୁଲ ଠାରେ ବକ୍ତୃତା ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ସ୍ୱାଧିନତା ସଂଗ୍ରାମୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିନ୍ଦ୍ୟା ବେହେରା ପ୍ରଥମ, ଜୟଗୋପାଳ ମିଶ୍ର ଦ୍ୱିତୀୟ ଓ ପ୍ରିୟାସିଂ ସାହୁ ତୃତୀୟ ସ୍ଥାନ ଆଧିକାର କରିଥିଲେ । ବିଚାରକ ଭାବରେ ବରିଷ୍ଠ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ଆନନ୍ଦ୍ର ଚନ୍ଦ୍ର ସାହୁ ଓ ସନ୍ଦିପ କୁଅଁର ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ ଚନ୍ଦ୍ର ସିଂହଦେଓ ଏବଂ କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ ମହାକୁର, ସଂଜିବ ସାହୁ ତଥା ଅଧ୍ୟକ୍ଷ ସତିଶ ପଧାନ, ଉପାଧ୍ୟକ୍ଷ ମମିତା ବେହେରା, ଦିପକ ବରାଲ ପ୍ରଭୃତି ସହଯୋଗ କରିଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ସତ୍ୟନାରାୟଣ ଦାସ, ରାକେଶ ଶତପଥି, ଅନନ୍ତ ବିଶ୍ୱାଳ, ମଧୁସୂଦନ ନେଗୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.