ଓଡିଆ ଖଣ୍ଡାୟତ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ସ୍ଥିତ ବ୍ଲୁ ଲାଗୁନ ଠାରେ ଜିଲ୍ଲା ଓଡିଆ ଖଣ୍ଡାୟତ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ସଭାପତି କାଲିଆ ବେହେରା, ସମ୍ମାନିତ ଅତିଥି ଭାବେ ଶିବ କୁମାର ନାଏକ ଏବଂ ମୁଖ୍ୟବକ୍ତା ଭାବରେ ବିକ୍ରମ କେଶରୀ ସିଂ ଉପସ୍ଥିତ ରହିଥିଲେ । ସଭାକୁ ସଂଯୋଜନା କରିଥିଲେ କୋଷାଧ୍ୟକ୍ଷ ବିଜୟ ବରାଳ ଏବଂ ଅନିଲ କୁମାର ପ୍ରଧାନ । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ସଂପାଦକ ହେମସାଗର ସ୍ୱାଇଁ ଏବଂ ନରେନ୍ଦ୍ର କବାଟ । ସଭା ପୂର୍ବରୁ ଇଷ୍ଟଦେବତା ମାଁ ମଙ୍ଗଳା ଓ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଂପାଦକୀୟ ବିବରଣୀ ପାଠ ପରେ ମୁଖ୍ୟବକ୍ତା ବିକ୍ରମ କେଶରୀ ସିଂ ଖଣ୍ଡାୟତ ସମାଜର ଇତିହାସ କାର୍ଯ୍ୟାବଳି ଏବଂ ବିଗତ ଦିନରେ ତାଙ୍କର ବିରତ୍ୱ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଓଡିଆ ଖଣ୍ଡାୟତ ସମାଜ ତରଫରୁ ଏକ ସ୍ମାରକୀ ଓ ସଂଗ୍ରାହଳୟ ସ୍ଥାପନ ପାଇଁ ଆବଶ୍ୟକୀୟ ଜମି ଗୃହ ନିର୍ମାଣ ପାଇଁ ସମାଜ ପକ୍ଷରୁ ମନ୍ତ୍ରୀ ମହାଲିଙ୍ଗଙ୍କୁ ଦାବି କରାଯାଇଥିଲେ । ଏ ଉପଲକ୍ଷେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଅର୍ଚ୍ଚନା ପାତ୍ର ଓ ନିସିର ପ୍ରଧାନ ସଂଗୀତଗାନ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ କୋଷାଧ୍ୟକ୍ଷ ନରେନ୍ଦ୍ର କବାଟ ।

Leave A Reply

Your email address will not be published.