ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ମାଲପଡା ପଞ୍ଚାୟତ ମାଲପଡା ଗ୍ରାମର ଫୁଲମତୀ ମାଝୀ (୭୦) ବାର୍ଦ୍ଧକ୍ୟ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଥିଲେ । ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଭତ୍ତା ପାଇବରୁ ବଞ୍ଚିତ ଥିବା ଖବର “କୋଶଳ ପ୍ରବାହ”ରୁ ଜାଣିବା ପରେ ଯୁବ ସମାଜସେବୀ ଅଭୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ଅଭିଯୋଗ କରିଥିଲି । ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଜିଲ୍ଲା ଡ଼ିଏସ୍ଏସ୍ଓ ଫୁଲମତୀ ମାଝୀଙ୍କଠୁ ସମସ୍ତ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ଉପଜିଲ୍ଲାପାଳଙ୍କ ପାଖକୁ ପଠାଇଛନ୍ତି । ଆଶା କରାଯାଉଛି ତାଙ୍କୁ ଉପଜିଲ୍ଲାପାଳ ଯଥାଶୀଘ୍ର ଭତ୍ତା ପ୍ରଦାନ କରିବେ ।
Next Post