jsm

ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ସ୍ଥିତ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଧନଞ୍ଜୟ ସେଠ୍‌ ଯୋଗ ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୪ଜି ୧୬ ୨୦୨୩-ଆଇଭି ୧୦୮୨୪ ତା.୦୬.୦୯.୨୦୨୪ ଅନୁସାରେ ବିଧିବଦ୍ଧ ଭାବେ ଶ୍ରୀ ସେଠ୍‌ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ଠାରେ ଦାୟିତ୍ୱ ଗ୍ରହଣ କରି ଛତାମଖନା ସ୍ଥିତ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ କାର୍ଯ୍ୟରେ ଯୋଗ ଦେଇଥିଲେ । ବହୁ ଦିନ ଧରି ଏହି ଅନୁଷ୍ଠାନରେ ଅଧ୍ୟକ୍ଷ ପଦବୀ ଖାଲି ପଡିଥିଲା । ଶ୍ରୀ ସେଠ୍‌ଙ୍କ ଯୋଗଦାନ ପରେ ଉକ୍ତ ଅଂଚଳରେ ଖୁସିର ଲହରି ଖେଳିଯାଇଛି । ଅନୁଷ୍ଠାନର ରାଜନୀତି ବିଜ୍ଞାନ ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ, ଓଡିଆ ଅଧ୍ୟାପିକା ଚାରୁଲତା ମିଶ୍ର, ଇଂରାଜୀ ଅଧ୍ୟାପକ ସୁଦାମ ଚରଣ ଖମାରୀ, ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୁଝାରୀ, ଓଡିଆ ଅଧ୍ୟାପକ ଡ. ପବିତ୍ର ଦଣ୍ଡସେନା, ଖେଳ ଶିକ୍ଷକ ପ୍ରେମାନନ୍ଦ ବିଶି, ଗ୍ରନ୍ଥଗାରିକ ଦୁର୍ବାଦଳ ମିଶ୍ର, କିରାଣୀ ଦିଗାମ୍ବର ପାଣ୍ଡେ ତଥା ଶିକ୍ଷା କର୍ମଚାରୀ ଦୁଃଖିଶ୍ୟାମ ବାଗ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ସେଠ୍‌ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

yuvodaya
Leave A Reply

Your email address will not be published.