ବନଦୁର୍ଗା ମନ୍ଦିରରେ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମାଁ ଦୁର୍ଗାଙ୍କ ନବରାତ୍ରର ଦ୍ୱିତୀୟ ଦିନରେ ପଦ୍ମପୁର ସ୍ଥିତ ଦୁର୍ଗା ମନ୍ଦିର ଠାରେ ମାଁ ବ୍ରହ୍ମଚାରିଣୀ ଦେବୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । କର୍ତ୍ତା ଭାବରେ ଅନିଲ କୁମାର ବେହେରା ଓ ତାଙ୍କ ସହଧର୍ମିଣୀ ସୁଦେଷ୍ଣା ବେହେରା ପଣ୍ଡିତ ରଘୁନାଥ ତ୍ରିପାଠୀ, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ଅଶୋକ ପଣ୍ଡା, ପଣ୍ଡିତ ସନ୍ତୋଷ ମିଶ୍ରଙ୍କ ଦ୍ୱାରା ମାଁ ବ୍ରହ୍ମଚାରିଣୀ ଓ ପାର୍ଶ୍ୱ ଦେବୀଙ୍କୁ ଅବାହନ କରି ଶୋଡଶ ଉପଚାର, ଘଣ୍ଟଶଙ୍ଖ ବାଦ୍ୟ ସହିତ ମାଁ ଦୁର୍ଗାଙ୍କ ସ୍ତୁତିରେ ପୂଜାର୍ଚନା କରାଯାଇଥିଲା । ବନଦୁର୍ଗା ମନ୍ଦିରର ପୂଜକ ପ୍ରଶାନ୍ତ କୁମାର ପଣ୍ଡା, ସଭାପତି ଡ଼ଃ. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧକ୍ଷ ଅନିଲ କୁମାର ବେହେରା, ଶୁଶାନ୍ତ କୁମାର ପଧାନ ଓ ସରୋଜ ଯୋଶୀ ସହଯୋଗ କରିଥିଲେ ।

Leave A Reply

Your email address will not be published.