ପଞ୍ଚଭୂତରେ ଲୀନ ହେଲେ ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚଭୂତରେ ଲୀନ ହେଲା ସମତିସଭ୍ୟ ଟଙ୍କଧରଙ୍କ ପାର୍ଥିବ ଶରୀର । ହଜାର ହଜାର ଶ୍ରଦ୍ଧାଳୁ, ବନ୍ଧୁବର୍ଗଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ପଂଚାୟତର ଗୌଡ଼ଗୋଠର ସମିତିସଭ୍ୟ ଟଙ୍କଧର ବେରିଆ । ଗତ ବୁଧୁବାର ଦିନ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଗତକାଲି ତାଙ୍କ ଜନ୍ମମାଟିରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମାପନ ହୋଇଛି । ତାଙ୍କୁ ଭଲ ପାଉଥିବା ଶ୍ରଦ୍ଧାଳୁମାନେ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ପହଂଚି ଶେଷ ବିଦାୟ ଦେଇଛନ୍ତି । ଛୋଟରୁ ବଡ଼ ସମସ୍ତଙ୍କ ସହ ଆତ୍ମୀୟତାର ସହ ମିଶି ପାରୁଥିଲେ ଟଙ୍କଧର । ତାଙ୍କର ଦେହାନ୍ତରେ ସାରା ଦେଓଗାଁ ବ୍ଲକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଦେହାନ୍ତକୁ ନେଇ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ତାଙ୍କ ବାସଭବନରେ ପହଂଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.