ବିଳମ୍ୱିତ ରାତିରେ ଘରେ ପଶି ଗାଡିରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସୁନ୍ଦରଗଡ : ଘରେ ପଶି ଗାଡିରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଗାଡ଼ି ଦୁଇଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଗୁଲୁଠା ଗ୍ରାମର ଲୋକଚରଣ ରୋହିଦାସଙ୍କ ଘରେ । ସୂଚନା ଅନୁସାରେ, ଗୁରୁବାର ବିଳମ୍ୱିତ ରାତିରେ ଗୁଲୁଠା ଗ୍ରାମର ଲୋକଚରଣ ରୋହିଦାସଙ୍କ ଘରେ ପଶି ଦୁଇଟି ଗାଡ଼ିରେ ନିଆଁ ଲଗାଇଦେଇ ଥିଲେ ଦୁର୍ବୃତ୍ତ । ଘରର ଗ୍ୟାରେଜ୍‌ରେ ଥିବା ଏକ ବୋଲେରୋ ଏବଂ ପିକ୍ଅପ୍ ଗାଡିରେ ନିଆଁ ଲାଗିବା ଫଳରେ ଗାଡି ଦ୍ୱୟ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ ହୋଇଯାଇଥିଲା । ଏହା ଦେଖି ତୁରନ୍ତ ଲୋକଚରଣ ଭଷ୍ମା ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଅଭିଯୋଗ ଆଧାରରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.