ଛତ୍ରପୁର ରିକାପଲ୍ଲୀ ସ୍ଥିତ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ବିଭିନ୍ନ ଦେବୀପୀଠ ମାନଙ୍କରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ତେଣୁ ପ୍ରମୁଖ ଶକ୍ତିପୀଠ ଅବା ଦେବୀ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଷୋଡଶ ଉପଚାରରେ ଯଥା ରୀତିରେ ବିଧିବଦ୍ଧ ଭାବେ ଅବକାଶ, ସୂର୍ଯ୍ୟ ପୂଜା, ମଙ୍ଗଳ ଆରତୀ, ବାଳ ଭୋଗ ଆଦି ସମାହିତ ହୋଇଆସିଛି । ସନ୍ଧ୍ୟା ସମୟରେ ମାଆଙ୍କ ପୀଠରେ ଆଳତୀ ପରେ ଚଣ୍ଡୀପାଠ ସହିତ ବିଭିନ୍ନ ଗୁପ୍ତପୂଜା, ଦଶ ମହାବିଦ୍ୟା ପୂଜାର୍ଚ୍ଚନା କରାଯାଇଥାଏ । ଛତ୍ରପୁର ରିକାପଲ୍ଲୀ ସ୍ଥିତ କଳ୍ପବାସିନୀ ପୀଠରେ ଗୁରୁବାର ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି । ତେଣୁ ଉକ୍ତ ଅଞ୍ଚଳରେ ଚଳଚଞ୍ଚଳ ସହ ପାର୍ବଣ ସମ୍ଭାର ସରଗରମ ହୋଇଉଠିଛି । ବିଶିଷ୍ଟ ସମାଜସେବୀ ଦୀପକ ମୁଦୁଲି ମୁଖ୍ୟ ଉଦ୍ୟକ୍ତା ଭାବେ ଏହି ପୀଠରେ ନବରାତ୍ର ପୂଜା ତାଙ୍କରି ପୃଷ୍ଠପୋଷକତାରେ ସମାହିତ ହୋଇଆସୁଛି । ନବମୀ ଠାରୁ ମା’ଙ୍କ ବିଭିନ୍ନ ବେଶ କରାଯିବାର ପରମ୍ପରା ରହିଛି । ମା’ଙ୍କ ଦିବ୍ୟ ଦର୍ଶନ ଦେଖିବା ପାଇଁ ଦୂରଦୂରାନ୍ତରୁ ଶହ ଶହ ଭକ୍ତଙ୍କ ସମାଗମ ହୋଇଛି । ଏଠାରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ସହ ମା’ଙ୍କ ପାଖରେ ମାନସିକ ଲାଗି କରିଥାଆନ୍ତି । ବିଭିନ୍ନ ଦେବୀ ମନ୍ଦିରରେ ଅବା ଶକ୍ତିପୀଠମାନଙ୍କରେ ଦଶହରା ଦିନ ମା’ଙ୍କ ଦଶମୀ ପୂଜା ଆୟୋଜନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିବା ଜଣାଯାଇଛି ।

Leave A Reply

Your email address will not be published.