ଝାରମୁଣ୍ଡାରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା

ଲୋଇସିଂହା, (କେପିଏନ୍‌ଏସ୍‌) : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ବିଜେଡ଼ିର ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ଝାରମୁଣ୍ଡାରେ ବିଜେଡ଼ି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ପଦଯାତ୍ରା ମିନି ଷ୍ଟାଡିୟମ୍ ପରିସରରେ ପହଞ୍ଚି ଥିଲା । ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ସଭାପତି ହୃଦୟାନନ୍ଦ ବେହେରା ସଭାପତିତ୍ୱ କରିଥିଲେ । ମହାତ୍ମା ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା, ବ୍ଲକ ବିଜେଡ଼ି ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନା ମୟୀ ନାଗ, ଜିଲ୍ଲା ପରିଷଦ ପ୍ରତିନିଧି କୈଳାସ ବରିହା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ, ସରଗାଡ ସରପଞ୍ଚ ସରୋଜ ବେହେରା, ଲୋଇସିଂହା ସମିତି ସଭ୍ୟ ସୁଶିଲ ପାଣ୍ଡେ, ବାଦିବାହାଲ ସମିତି ସଭ୍ୟ ଅଜିତ ବେହେରା, ବିଜେଡ଼ି ନେତା ପ୍ରଦୀପ ସାହୁ, ନେହେରୁ ବିଶ୍ଵାଳ, ରବିଚନ୍ଦ୍ର ସାହୁଙ୍କ ସମେତ ବହୁ ବିଜେଡ଼ି କର୍ମୀ ସାମିଲ ଥିଲେ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା ଉପରେ ଆଲୋକପାତ କରିଥିଲେ । ଏହାସହ ଆଗାମୀ ଦିନରେ ବିଜେଡ଼ି ଦଳକୁ ଶକ୍ତିଶାଳୀ କରିବା ସହିତ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ଅତିଥି ବୃନ୍ଦ ଆହ୍ୱାନ କରିଥିଲେ । ଏହି ପଦଯାତ୍ରାରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ବିଜେଡ଼ି କର୍ମୀ ସାମିଲ ହୋଇଥିବା ବେଳେ ପଦଯାତ୍ରାରେ ବହୁ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ଶେଷରେ ଝାରମୁଣ୍ଡା ପଞ୍ଚାୟତ ବିଜେଡ଼ି ସଭାପତି ମନୋଜ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!