ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୋଗରାଇ, (କେପିଏନ୍‌ଏସ୍‌) : ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ଭୋଗରାଇ ବ୍ଳକ ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସମ୍ବାଦ ଆମ ଓଡିଶା ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ଵର ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ଡ଼ଃ. କମଳାକାନ୍ତ ଜେନା ଏବଂ ଜନ ଆରୋଗ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ସଭାପତି ଗିରୀଶ ଚନ୍ଦ୍ର ଦତ୍ତ, ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସମାଜସେବୀ ମୁରଲୀମୋହନ ପଟ୍ଟନାୟକ, ସ୍ମାଇଲ ୟୁଥ କ୍ଲବର ସଭାପତି ଭାରତରତ୍ନ ଜେନା, ଉପଦେଷ୍ଟା ସମ୍ବିତ କୁମାର ପ୍ରଧାନ, ବିଷ୍ଣୁପଦ ସୁର, ପୂଜାରାଣୀ ମହାନ୍ତି , ସୁନୀଲ ପ୍ରଧାନ, ଜଗନ୍ନାଥ ପଣ୍ଡା, ଗୌରଗୋବିନ୍ଦ ପାତ୍ର, ଆଲୋକ ଦାସ ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ଡାକ୍ତର ସଲିମ ଖାନ ମେହେର, ଆୟୁଷ ଡାକ୍ତର ଡଃ. ଲଲାଟେନ୍ଦୁ ଦାସ, ଫାର୍ମାଶିଷ୍ଟ ପ୍ରଣବ କୁମାର ପଣ୍ଡା, ନର୍ସ କନ୍ୟାକୁମାରୀ ଭୂୟାଁ, ପାର୍ଥ ସାରଥି ଦାସ, ଶମ୍ଭୁନାଥ ଜେନା, ସୌଭାଗ୍ୟ ପାଣିଗ୍ରାହୀ, ରଶ୍ମିତା ଦାସ, ନେହା ଦିଗାର, ଗଜାନନ ମହାପାତ୍ର, ଦେବବ୍ରତ ମହାନ୍ତି, ହେମନ୍ତ ଦାସ ଅଧିକାରୀ, ଆଦର୍ଶ ଶିକ୍ଷକ ଦେବବ୍ରତ ଦେ ପ୍ରମୁଖ ଶିବିର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଉତ୍ତର କୁମାର ଦଣ୍ଡପାଟ ଦାତାଙ୍କ ରକ୍ତ ପରୀକ୍ଷା କରିଥିବା ବେଳେ ଟେକ୍ନିସିଆନ୍ସ ସତ୍ୟପ୍ରକାଶ ଦାସ, ପୁଷ୍ପିତା ଦାସ, ବିନୋଦ ବିହାରୀ ଦାସ, ବିଭୁତି ମୁଖୀ ପ୍ରମୁଖ ରକ୍ତ ନମୁନା ପରୀକ୍ଷା କରିଥିଲେ । ସମ୍ବାଦ ଆମ ଓଡ଼ିଶା ସହଯୋଗୀ ଲକ୍ଷ୍ମୀଧର ବାରିକ, କମର୍ଦ୍ଦା ସମ୍ବାଦ ପ୍ରତିନିଧି ନରନାରାୟଣ ମିଶ୍ର, ସାମ୍ବାଦିକ ଅଂଶୁମାନ ରାଉତ ପ୍ରମୁଖ ରକ୍ତଦାତାଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ । ଉକ୍ତ ଶିବିରରୁ ମୋଟ ୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!