ହୁତୁହୁତୁ ହୋଇ ଜଳିଗଲା ହାଇୱା : ଡ୍ରାଇଭର୍‌ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆର୍‌ଓବି ରାସ୍ତା ନିର୍ମାଣ ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜ ଲକ୍ଷ୍ମୀ କଂଷ୍ଟ୍ରକସନ କମ୍ପାନୀର ଏକ ହାଇୱା ହୁତୁହୁତୁ ହୋଇ ଜଳିଯାଇଥିବା ଖବର ମିଳିଛି । ଡ୍ରାଇଭର୍‌ ଗାଡ଼ିରୁ ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ଡ୍ରାଇଭର୍‌ ଗୁରୁତର ଅବସ୍ଥାରେ କେସିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!