ହାତୀ ଆକ୍ରମଣରେ ମହିଳା ଗୁରୁତର

ତେଲକୋଇ : ହାତୀ ଆକ୍ରମଣରେ ମହିଳା ଗୁରୁତର । ମହିଳା ଜଣକ ହେଲେ କରମଙ୍ଗି ପଞ୍ଚାୟତ ଅଲୁଣି ଗାଁର ନଲିଆ ମୁଣ୍ଡା । ସୂଚନା ଅନୁଯାୟୀ, ନଲିଆ ମୁଣ୍ଡା ଶୌଚ ହେବା ପାଇଁ ଯାଇଥିବା ବେଲେ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା । ଫଳରେ ନଲିଆ ଗୁରୁତର ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

error: Content is protected !!