ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ‘ମାଁ ମାହେଶ୍ୱରୀ ସେନା’ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡଠାରେ ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ହିସାବେ ନିମନ୍ତ୍ରଣ କରି ‘ମାଁ ମାହେଶ୍ୱରୀ ସେନା’କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାଁ ମାହେଶ୍ୱରୀ ସେନାକୁ ସମ୍ମାନିତ କରିଥିଲେ । ମାହେଶ୍ୱରୀ ସେନାର ବହୁ ସଦସ୍ୟମାନେ ଯୋଗଦେଇ ସମ୍ମାନ ଗ୍ରହଣ କରିଥିଲେ । ଏଥିପାଇଁ ମାହେଶ୍ୱରୀ ସେନା ପକ୍ଷରୁ ଆୟୋଜକ ଟିଟିଲାଗଡ ବଜରଙ୍ଗ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦିଆଯାଇଛି । ଟିଟିଲାଗଡ ବଜରଙ୍ଗ ଦଳ ଉପରେ ମାଁ ମାହେଶ୍ୱରୀଙ୍କର ଆଶିର୍ବାଦ ସବୁଦିନେ ରହିଥାଉ ଓ ଆଗାମୀ ପିଢ଼ିକୁ ସମାଜସେବା ଲାଗି ପ୍ରେରଣା ଦେବା ସାଙ୍ଗେ ସବୁଦିନ ଆମର ଭାତୃତ୍ୱ ଭାବ ବଜାୟ ରଖିବାକୁ କାମନା କରାଯାଇଛି । ମାଁ ମାହେଶ୍ୱରୀ ସେନା ମୁଖ୍ୟତଃ ସେବା, ସହଯୋଗ ଓ ସମର୍ପଣ ନୀତିରେ କାର୍ଯ୍ୟ କରୁଥିବାରୁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥାଏ ।

Leave A Reply

Your email address will not be published.

error: Content is protected !!