ମୁରିବାହାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ ବଣ୍ଟନ ପାଇଁ ଚିହ୍ନଟ ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ସହାୟକ ଉପକରଣ ବଣ୍ଟନ ପାଇଁ ଚି଼ହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଶିବିରରେ ଡାକ୍ତର ଅମିତ ମିଶ୍ର, ଜିତେନ୍ଦ୍ର ବାରିକ, ଡା. ଶୁଭସ୍ମିତା ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରିଥିଲେ । ଗରଗଡ଼ବାହାଲର ଶିକ୍ଷକ ଛବିଲାଲ ସାହୁ ସଭା ପରିଚାଳନା କରିଥିବା ବେଳେ ବିଆରଟି ଜୟ ଗୋପାଳ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଇଓ ଅଫିସର ନବୀନ ସାହୁ, ଯୁଧିଷ୍ଠିର ପଧାନ, ଇନ୍ଦ୍ରମଣି ମୁଦୁଲି, ସୋମଦତ୍ତ ବାଗ, ବିଘ୍ନେଶ ମେହେର, ରୁପେଶ ଶାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.