‘ସ୍ଵଚ୍ଛତା ହିଁ ସେବା’ ପଥପ୍ରାନ୍ତ ନାଟକ, ନୃତ୍ୟ, ଗୀତ ମାଧ୍ୟମରେ ଜନ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଦରମହକୁମା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଵଚ୍ଛତା ପକ୍ଷ ପାଳନ କରାଯାଇଛି । ଭାରତ ସରକାରଙ୍କର ଦ୍ଵାରା ପ୍ରାୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ ‘ସ୍ଵଚ୍ଛତା ହିଁ ସେବା’ ପଥପ୍ରାନ୍ତ ନାଟକ, ନୃତ୍ୟ, ଗୀତ ଆଦି ପରିବେଷିତ କରାଯାଇଛି । ସହରର ହନୁମାନପଡା ଛକ ଏବଂ ମେହେରପଡା ଛକ ଠାରେ ଆୟୋଜିତ ପଥପ୍ରାନ୍ତ ନୃତ୍ୟକୁ ଲୋକେ ମନ ଭରି ଉପଭୋଗ କରିଥିଲେ । ସ୍ଵାସ୍ଥ୍ୟ ହିଁ ସଂପଦ । ସୁସ୍ଥ ସବଳ ରହିବା ପାଇଁ ସ୍ଵଚ୍ଛ ପରିବେଶର ଆବଶ୍ୟକତା ରହିଛି । ନିୟମ ପ୍ରଣୟନ ହୋଇଗଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ନାହିଁ । ବ୍ୟକ୍ତିଗତ ଭାବେ ଲୋକେ ସଚେତନ ହୋଇ ତାଙ୍କର ମାନସିକତାରେ ପରିବର୍ତ୍ତନ ଆଣିଲେ ଯାଇ ସ୍ଵଚ୍ଛ ଭାରତ ଅଭିଯାନ ସଫଳ ହୋଇପାରିବ । ଏଭଳି ବାର୍ତ୍ତା ନେଇ ସ୍ଥାନୀୟ ସଂଗୀତ ସମିତି, ପଦ୍ମପୁର ଅନୁଷ୍ଠାନର କଳାକାର ମାନଙ୍କ ଦ୍ଵାରା ପଥପ୍ରାନ୍ତ ନୃତ୍ୟ ‘ସ୍ଵଚ୍ଛତା ହିଁ ସେବା’ ପରିବେଷିତ ହୋଇଥିଲା । ସ୍ଵଚ୍ଛତା ଅଭିଯାନର ବିଭିନ୍ନ ଦିଗକୁ କଳାକାର ଗଣ ନିଜର କଳା ମାଧ୍ୟମରେ ଜନ ସଚତନତା ସୃଷ୍ଟି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସି. ଏମ୍‌. ଏମ୍‌. ସୁଲେଖା ପଣ୍ଡିତ ଓ ଅନ୍ୟ କର୍ମଚାରୀ ମାନଙ୍କ ସମେତ ସ୍ଵଚ୍ଛତା ସାଥୀ ମାନେ ଉପସ୍ଥିତ ରହି ଥିଲେ ।

Leave A Reply

Your email address will not be published.