ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ଵତନ୍ତ୍ର ଅଭିଭାବକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମାତା, ପିତା, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଇଚଇଇଜ ଓଊ ସୃଷ୍ଟିର ଆବଶ୍ୟକତା ଓ ବିଶେଷତ୍ଵ ବିଷୟରେ ମାନସ ରଞ୍ଜନ ଶତପଥୀ ବିସ୍ତୃତ ଭାବେ ବୁଝାଇଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପିଏମ୍ ଶ୍ରୀ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବାରୁ ପିଟିଏ ତରଫରୁ ରାଜ୍ୟ ସରକାର ତଥା ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ କୃତଜ୍ଞତା ଜ୍ଞାପନ କରି ଏକ ପ୍ରସ୍ତାବ ପାରିତ ହେଲା । ବିଦ୍ୟାଳୟର ଉନ୍ନତି ନିମନ୍ତେ ଅଭିଭାବକ, ଅଭିଭାବକଙ୍କ ବହୁମୂଲ୍ୟ ମତାମତ ଗ୍ରହଣ କରାଗଲା । ଉକ୍ତ ସଭାକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ରବୀନା ପଧାନ ପରିଚାଳନା କରିଥିଲେ ଓ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋସ୍ନା ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.