ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଜଣ ସଂକ୍ରମିତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୧୬ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୈାରାଚଂଳ ୱାର୍ଡ ନଂ.୨ରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ଲୁହୁରାମୁଣ୍ଡା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ କୁଡାସିଙ୍ଗା ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ବୁଢୀପଦର ଗ୍ରା.ପ.ରୁ ୨ ଜଣ ଓ ହୀରାପୁର ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ସାଉନ୍ତପୁର ଗ୍ରା.ପ.ରୁ ଜଣେ, ତୁରେକେଲା ବ୍ଲକ ମହୁଲପାଟି ଗ୍ରା.ପ.ରୁ ୩ ଜଣ, କୁଇବାହାଲ ଓ ଝରନି ଗ୍ରା.ପ.ରୁ ଜଣେ ଲେଖାଏଁ ଓ ତୁରେକେଲା ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ ୧୪୯ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.