ପୁଣି ଖସିଗଲେ ଏଲନ୍‌ ମସ୍କ : ମାତ୍ର ସପ୍ତାହେ ପାଇଁ ହୋଇଥିଲେ ବିଶ୍ୱର ସବୁଠାରୁ ଧନୀ

ନୂଆଦିଲ୍ଲୀ : ସ୍ପେଶ୍‌-ଏକ୍ସର ସଂସ୍ଥାପକ ତଥା ଟେସଲାର ସିଇଓ ଏଲନ୍‌ ମସ୍କ ଗୋଟିଏ ସପ୍ତାହ ଭିତରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ପୁଣି ତଳକୁ ଖସିଆସିଛନ୍ତି । ଏବେ ସେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟି ଯାଇଛନ୍ତି । ପ୍ରଥମ ସ୍ଥାନରେ ପୁଣି ଆମାଜନର ଫାଉଣ୍ଡର ଜେଫ୍‌ ବେଜୋସ୍‌ ରହିଛନ୍ତି । ଫୋବର୍ସ ମାଗାଜିନ୍‌ ଅନୁସାରେ ସୋମବାର ଟେସଲାର ସେୟାରର ପ୍ରାୟ ୮ ପ୍ରତିଶତ ହ୍ରାସ ଆସିଛି । ଗୋଟିଏ ଦିନରେ ପ୍ରାୟ ୧୪ ଅରବ ଆମେରିକୀୟ ଡଲାରରେ ହ୍ରାସ ପାଇବା ଯୋଗୁଁ ସେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି । ସୋମବାର ଟେସଲାର ସେୟାରରେ ୮ ପ୍ରତିଶତ ହ୍ରାସ ଆସିଛି । ଏହି କାରଣରୁ ମସ୍କଙ୍କ ନେଟୱର୍ଥ ହ୍ରାସ ପାଇ ୧୭୬.୨ ଅରବ ଆମେରିକୀୟ ଡଲାର ରହିଯାଇଛି । ମସ୍କଙ୍କ ଇଲେକ୍ଟ୍ରିକ୍‌ କାର କମ୍ପାନୀ ଟେସଲା ଚଳିତବର୍ଷ ନିଜ ମାର୍କେଟ ଭାଲ୍ୟୁରେ ବହୁତ ବୃଦ୍ଧି କରିଛି । ଗତ ସପ୍ତାହରେ ମସ୍କଙ୍କ କମ୍ପାନୀ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା । ଏହା ପରେ ସେ ଧନୀ ତାଲିକାର ଶୀର୍ଷରେ ପହଞ୍ଚି ଯାଇଥିଲେ । ତାଙ୍କ ସମୁଦାୟ ସମ୍ପତ୍ତି ୧୮୫ ବିଲିୟନ୍‌ ଡଲାର ପାର୍‌ କରିଥିଲା । ମସ୍କ ଗତ ୧ ବର୍ଷରେ ପ୍ରତି ଘଣ୍ଟାରେ ୧.୭୩୬ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୧୨୭ କୋଟି ଟଙ୍କା କମାଇଛନ୍ତି ।

Leave A Reply

Your email address will not be published.