ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ସୁନାମୁଦୀ ଓ ବରପଦର ଗ୍ରାମରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସୁନାମୁଦୀ ଠାରେ ଆୟୋଜିତ ଶିବିରରେ ଶ୍ରୀମତୀ ସସ୍ମିତା ସାହୁ, ସରପଞ୍ଚ, ସୁନାମୁଦୀ ଓ ବସନ୍ତ ଧରୁଆ, ସମିତି ସଭ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବରପଦର ଗ୍ରାମରେ ଶ୍ରୀମତୀ ଜୟନ୍ତୀ ମେହେର, ସମିତି ସଭ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସ୍ୱତନ୍ତ୍ର କାର୍ଯ୍ୟରତ ସହ ନିର୍ଦ୍ଧେଶକ, ସଞ୍ଚୟ ଓ ଆର୍ଥିକ ସେବା, ବଲାଙ୍ଗିର ବିଜୟ କୁମାର ଶତପଥି ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ମଞ୍ଚାସୀନ ଉନ୍ନୟନ ଅଧିକାରୀ, ଡାକ ଜୀବନ ବୀମା, ଅଭିଳାଶ ପଣ୍ଡା ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ବଲାଙ୍ଗିର, ବିଶାଳ ଗୁପ୍ତା ଉପସ୍ଥିତ ସହଭାଗୀମାନଙ୍କୁ ସଞ୍ଚୟର ଅବଶକ୍ୟତା, ସୁରକ୍ଷିତ ସଞ୍ଚୟ, ବିଭିନ୍ନ ସଞ୍ଚୟ ଓ ବୀମା ଯୋଜନା ଓ ସାଇବର ଠକାମୀ ଉପରେ ବିଶଦ ଭାବରେ ବୁଝାଇଥିଲେ । ସଭାମାନଙ୍କରେ ପ୍ରାୟ ୫୦ ରୁ ଅଧିକ ବ୍ୟକ୍ତି ଯୋଗଦେଇଥିଲେ । ଗ୍ରାମବାସୀମାନେ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିବା ସହ ଆବଶ୍ୟକ ଅନୁଯାୟୀ ବିଭିନ୍ନ ଯୋଜନା ଗ୍ରହଣ କରିବା ପାଇଁ ମତ ପ୍ରକାଶ କରିଥିଲେ । ଉଭୟ ଗ୍ରାମରେ ଅତିଥିମାନଙ୍କ ଦ୍ୱାରା ଏକ ପଣସ ଚାରାରୋପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.